୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିବ ପଦ୍ମ କ୍ୟାମ୍ପ୍, ମୋଦି ଓ ଶାହ ପ୍ରତି ପର୍ଯ୍ୟାୟ ନିର୍ବାଚନ ଲାଗି ୨ଥର ଆସିବେ ଓଡିଶା

Published By : Prameya-News7 Bureau | March 14, 2019 IST

ଭୁବନେଶ୍ବର୧୪|୩(କିଶନ ବାରାଇ): ମାର୍ଚ୍ଚ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିବ ପଦ୍ମ କ୍ୟାମ୍ପ୍ । ୪ ଲୋକସଭା ଓ ୨୮ ବିଧାନସଭାର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେଥିଲାଗି ଆସନ୍ତାକାଲି ଦଳୀୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସେପଟେ ଟିକଟ ଲାଗି ପାର୍ଟି ଅଫିସରେ ଭିଡ଼ ନକରିବାକୁ ଆଶାୟୀଙ୍କୁ ତାଗିଦ୍ କରିଛି ଦଳ ।

{"id":93659}

ଏପ୍ରିଲ ୧୧ର ଭୋଟ୍ ଲାଗି ୧୮ରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ତାହାର ୨ ଦିନ ଆଗରୁ ମାର୍ଚ୍ଚ ୧୬ରେ ପ୍ରାର୍ଥୀ ତାଲିକା ଘୋଷଣା କରିବ ଦଳ ।  ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନ କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର ଓ କୋରାପୁଟ ଲାଗି ପ୍ରାର୍ଥୀ ଘୋଷଣା ହେବ । ଏହା ସହ ଏହା ଅଧୀନରେ ଥିବା ୨୮ ବିଧାନସଭା ଆସନ ଲାଗି ବି ପ୍ରାର୍ଥୀ ଘୋଷଣା କରିବ ଦଳ । ତେବେ ଏ ନେଇ ଆସନ୍ତାକାଲି ଦଳୀୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।

{"id":93660}

ସେପଟେ ଦଳ ଲାଗି ଏଥର ଆଶାଠାରୁ ବେଶୀ ଆଶାୟୀ । ସକାଳୁ ସଂଜ ଭିଡ଼ । ନିଜ ଦାବିଦାରୀ ପେଶ୍ କରିବାକୁ ସମର୍ଥକଙ୍କ ସହ ଡେରା ପକାଉଛନ୍ତି । ଆଉ କିଛି ଷ୍ଟାଣ୍ଡିଂ ବିଧାୟକକୁ ବିରୋଧ କରି ବି ଆସୁଛନ୍ତି । ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିରୋଧ କରି ଦଳର ସଭାପତିଙ୍କ ଫେରାଦ ହୋଇଛନ୍ତି କର୍ମୀ । ଦଳର ବିଧାୟକଙ୍କ ବିରୋଧରେ ଦଳୀୟ କାର୍ଯ୍ୟାଳୟରେ ନାରାବାଜି କରିଛନ୍ତି । ଏହାକୁ ରୋକିବାକୁ ଆଉ କିଛି କାର୍ଯ୍ୟକର୍ତ୍ତା ପ୍ରୟାସ କରିବାରୁ ସ୍ଥିତି ହାତାହାତି ଯାଏଁ ବି ଯାଇଛି । ଟିକଟ ଲାଗି ଏଭଳି କାଣ୍ଡ ଦେଖି ଦଳର ବରିଷ୍ଠ ପଦାଧିକାରୀଙ୍କ ଅକଲ୍ ଗୁଡୁମ୍ । ପାର୍ଟି ଅଫିସରେ ଆସି ଭିଡ଼ ନ କରିବାକୁ ତାଗିଦ କରାଯାଇଛି। 

{"id":93661}

ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶାରେ ନିର୍ବାଚନୀ ପ୍ରଚାରକୁ ନେଇ ବି ତାରିଖ ଚୁଡ଼ାନ୍ତ କରୁଛି ଦଳ । ମିଳିଥିବା ସୂଚନା ଅନୁସାରେ, ଉଭୟ ମୋଦି ଓ ଶାହ ପ୍ରତି ପର୍ଯ୍ୟାୟ ନିର୍ବାଚନ ଲାଗି କମସେ କମ୍ ୨ ଥର ଲେଖାଏଁ ଆସିବାକୁ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.