Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର : ୮୯ମିନିଟ୍‌ ଅବଧିରେ ନିର୍ମାଣ ହୋଇଛି ଫିଲ୍ମ

9/06/2020 at 10:21 AM

ଭୁବନେଶ୍ୱର ୮/୬: ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଦେଖିବାକୁ ମିଳିବ ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ । ଆମାଜନ୍‌ରେ ଭାରତ ଓ ଭାରତ ବାହାରେ ପ୍ରଦର୍ଶିତ ହେଉଥିବା ଏହା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର । ବର୍ତ୍ତମାନ ସୁଦ୍ଧା ଏହି ଚଳଚ୍ଚିତ୍ରଟି ବିଶ୍ୱର ୧୪ଟି ଦେଶରେ ପ୍ରଦର୍ଶିତ ହୋଇଥିବାବେଳେ ୩୦ରୁ ଅଧିକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି ।

 ଗୋଆରେ ଅନୁଷ୍ଠିତ ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫ୍‌ଏଫ୍‌ଆଇ)ର ଇଣ୍ଡିଆନ ପାନୋରାମା ସେକ୍ସନ୍‌ରେ ଏହା ମନୋନୀତ ହୋଇଥିଲା । ୨୬ଟି ଚଳଚ୍ଚିତ୍ର ମଧ୍ୟରେ ଏହା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇଥିଲା । କେବଳ ସେତିକି ନୁହେଁ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି ଚଳଚ୍ଚିତ୍ରର ଏଡିଟିଂ ପାଇଁ ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଏଡିଟିଂ ପୁରସ୍କାର ପାଇଛନ୍ତି ।

କାନାଡ଼ା, ୟୁକେ, ୟୁଏସ୍‌ଏ, ଋଷିଆ, ଇଥିଓପିଆ, ବାଂଲାଦେଶ, ବଲିଭିଆ, ମେକ୍ସିକୋ ଭଳି ବିଭିନ୍ନ ଦେଶରେ ଆୟୋଜିତ ଚଳଚ୍ଚିତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରଟି ଉଚ୍ଚ ପ୍ରଶଂସିତ ହୋଇପାରିଛି । ଏ ସମ୍ପର୍କରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଲକ୍‌ଡାଉନ୍‌ ମାନସିକତାକୁ ଏହା ଭଲ ସୁହାଇବ ଓ ଲୋକଙ୍କୁ ମନୋରଞ୍ଜନ କରିବ ବୋଲି ମୋର ଆଶା ।

 ଏହି ୮୯ମିନିଟ୍‌ ଅବଧିର ଫିଲ୍ମରେ ଅମ୍ରିତା ଚୌଧୁରୀ, ସୁଶାନ୍ତ ମିଶ୍ର, ଚୌଧୁରୀ ବିକାଶ ଦାସ, ହୃଷିକେଶ ଭୋଇ, ଦ୍ୱିପନ୍ୱୀତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ଭାସ୍ୱତୀ ବସୁ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ଏକ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯାଇଛି । ଏହାର ମୁଖ୍ୟ ବିଷୟ ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀ ଉପରେ ଆଧାରିତ । ପୂର୍ବରୁ ଅମର୍ତ୍ତ୍ୟଙ୍କ ଫିଲ୍ମ ‘କ୍ୟାପିଟାଲ୍‌ ଆଇ’ ଆମ୍‌ଜନ୍‌ ପ୍ରାଇମ୍‌ ଭିଡିଓରେ ସାମିଲ ହୋଇଥିଲା ।

   Related Posts