ଧର୍ମଶାଳାରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ : ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ

Published By : Prameya-News7 Bureau | March 12, 2020 IST

ଧର୍ମଶାଳା ୧୨।୦୩:  ଗୁରୁବାର ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଆରମ୍ଭ ହେଉଛି । ସିରିଜର  ପ୍ରଥମ ମ୍ୟାଚ  ଗୁରୁବାର (ଆଜି) ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଷ୍ଟାଡିୟମରେ ଖେଳାଯିବାର ଥିଲା କିନ୍ତୁ ବର୍ଷା ଓ ପିଲ୍ଡ ଓଦାଥିବାରୁ ଟସ୍‌ରେ ବିଳମ୍ବ ହେଉଛି । ନ୍ୟୁଜିଲାଣ୍ଡଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍ ରେ ପରାସ୍ତ ହେବାପରେ ବିରାଟ ବାହୀନ ଆଜିର  ମ୍ୟାଚ ଜିତି ବିଜୟ ଅଭିଯାନରୁ ସିରିଜ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

wp:core-embed/twitter {"url":"https://twitter.com/BCCI/status/1238022617379926019","type":"rich","providerNameSlug":"twitter","className":""}
https://twitter.com/BCCI/status/1238022617379926019
/wp:core-embed/twitter

ତେବେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମ୍‌ରେ ବର୍ଷା ଲାଗିରହିଥିବାର ଟସ୍‌ ପଡିବାରେ ବିଳମ୍ବ ହେଉଛି ।ଯାହାଫଳରେ କି ମ୍ୟାଚ୍‌ ଆରମ୍ଭ ନେଇ ମଧ୍ୟ ବିଳମ୍ବ ହେଉଛି । ୧.୩୦ସୁଦ୍ଧା ମ୍ୟାଚ୍‌ ଆରମ୍ଭ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ । ପଡିଆରେ ଆଶିଂକ ଓଦା ଅଂଶ ଥିବାରୁ ପ୍ରଥମେ ଟସ୍‌କୁ ବିଳମ୍ବ କରାଯାଇଥିଲା। କିନ୍ତୁ ପରେ ସ୍ପଷ୍ପ ବର୍ଷା ହେବାରୁ ଏବେ ମ୍ୟାଚ୍‌ ସମୟରେ ବିଳମ୍ବ ହେଉଛି । ତେବେ ଅମ୍ପାୟାର ଫିଲ୍ଡ ଦେଖିବା ପରେ ୫୦-୫୦ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ୍‌ର ସମ୍ପୂର୍ଣ୍ଣ ଓଭର ଖେଳି ହେଉଛି କି ନାହିଁ ତାହା ଜଣାପଡିବ । ବର୍ତ୍ତମାନ ସୁଦ୍ଧା ବର୍ଷା ଯୋଗୁଁ ସାରା ପଡିଆକୁ ଘୋଡାଇ ରଖାଯାଇଛି ।

ପ୍ରଥମ ଥର ପାଇଁ ଧର୍ମଶାଳାରେ ଦିନିକିଆରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚାରୋଟି ମ୍ୟାଚ ଖେଳିଛି। ଯେଉଁଥିରୁ ଦୁଇଟିରେ ବିଜୟ ଏବଂ ଦୁଇଟିରେ ପରାଜୟ ବରଣ କରିଛି। ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପେସ୍‌ ବୋଲର ଭୁବନେଶ୍ୱର କୁମାର ଓ ଓପନର ଶିଖର ଧାୱନଙ୍କ ପ୍ରତ୍ୟାବର୍ତ୍ତନ ଘରୋଇ ଶିବିରକୁ ଦୃଢ଼ କରିଛି । ଅନ୍ୟ ପଟରେ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ କଡା ମୁକାବିଲା ଦେବାକୁ ପ୍ରସ୍ତୁତ ରହିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହେବା ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.