କରୋନା ଟିକା ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ : ପ୍ରାଣ ହରାଇଲେ ୬୮ବର୍ଷ ବୟସ୍କ ବ୍ୟକ୍ତି, ମାର୍ଚ୍ଚରେ ନେଇଥିଲେ ଟିକା

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫।୬: ଭାରତରେ ଟିକା ଯୋଗୁଁ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ମାର୍ଚ୍ଚ ୮ ତାରିଖ ୨୦୨୧ରେ ସଂପୃକ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାରତ ସରକାରଙ୍କ ଦ୍ବାରା ଗଠିତ କମିଟି ଏନେଇ ସ୍ପଷ୍ଟ କରିଛି ।

ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କହିଛି ଯେ, ଏପର୍ଯ୍ୟନ୍ତ ୨୫.୮୭ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି । ସୋମବାର ଦିନ ୧୮-୪୪ ବର୍ଷ ବୟସର ୨୦,୯୯୬୨୧ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବାବେଳେ ୧,୧୬,୩୨୬ ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଏହି ବାଇରସ୍ ବିରୋଧରେ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ୧୮-୪୪ ବର୍ଷ ବୟସର ୪,୩୪,୩୫,୦୩୨ ଲୋକ କୋଭିଡ୍-୧୯ ଟିକା ଏବଂ ୮,୩୩,୮୦୮ ଜଣ ପ୍ରଥମ ଡୋଜ ନେଇଛନ୍ତି ।

ସାରା ଦେଶରେ ଦ୍ବିତୀୟ ଡୋଜ ଟିକାକରଣ କରାଯାଇଛି । ସେ କହିଛନ୍ତି ଯେ ବିହାର, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଓଡିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୧୮-୪୪ ବର୍ଷ ବୟସରେ ୧୦-୧୦ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ଦିଆସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.