Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୧୫ ଦିନରେ ପ୍ରସ୍ତୁତ ହେଲା ଦେଶର ପ୍ରଥମ ମୋବାଇଲ ଲ୍ୟାବ : ପ୍ରତିଦିନ ହେବ ହଜାରେରୁ ଦୁଇ ହଜାର ଟେଷ୍ଟ

24/04/2020 at 11:25 AM

ନୂଆଦିଲ୍ଲୀ ୨୪/୦୪ : କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାର ଲଗାତାର ପଦକ୍ଷେପ ଗ୍ରହଣ କରୁଛନ୍ତି | ଦେଶକୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି | ଡାଇରେକ୍ଟ ବେନିଫିଟ ଟ୍ରାନ୍ସ୍ଫର ଜରିଆରେ ଗରିବଙ୍କୁ ଆର୍ଥିକ ସାହାଯ୍ୟ କରାଯାଉଛି | ଏହା ମଧ୍ୟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋବାଇଲ ଵାୟରୋଲୋଜି ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋସ୍ଟିକ ଲ୍ୟାବର ଉଦଘାଟନ କରିଛନ୍ତି |  ଡିଆରଡିଓ ଦ୍ୱାରା ଏହା ନିର୍ମାଣ କରାଯାଇଛି | ଏହି ମୋବାଇଲ ଲ୍ୟାବ ଦ୍ୱାରା ଦିନକୁ ହଜାରେରୁ ଅଧିକ ସଂଖ୍ୟକ ସାମ୍ପଲ ସ୍କ୍ରିନିଙ୍ଗ କରାଯାଇପାରିବ | ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨୧ ହଜାର ପାର କରିସାରିଛି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ଖବର ଅନୁଯାୟୀ, ଭାରତରେ ଏବେ ସୁଦ୍ଧା କରୋନା ସଂକ୍ରାମିତଙ୍କ ସଂଖ୍ୟା ୨୩ ହଜାର ପାର କରି ସାରିଛି | ୪ ହଜାର ୨ ଶହରୁ ଅଧିକ ସୁସ୍ଥ ହୋଇସାରିଛନ୍ତି | ୭୧୮ ଜଣ ପ୍ରାଣ ହରାଇଛନ୍ତି | ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି | ପୁଡୁଚେରୀ ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଲୋକଙ୍କର ମଧ୍ୟ ନମୁନା ଯାଞ୍ଚ କରାଯାଇଛି | ପୁଡୁଚେରୀ ପ୍ରଥମ ରାଜ୍ୟ ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ମେତଅନ୍ୟ ନେତାଙ୍କର ମଧ୍ୟ କରୋନା ଯାଞ୍ଚ କରାଯାଇଛି | ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱମୀ, ବିଧାନସଭା ଅଧ୍ୟକ୍ଷ ଭି.ପି. ଶିବକୋଲୁଣ୍ଡୁ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ କରୋନା ଯାଞ୍ଚ କରାଯାଇଛି |

ବର୍ତ୍ତମାନ ଦେଶରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ପାର କରିସାରିଛି | ମହାରାଷ୍ଟ୍ର ସମେତ ଅନ୍ୟ ୭ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର କରିସାରିଛି | ମହାରାଷ୍ଟ୍ରରେ ୫୬୪୯, ଗୁଜରାଟରେ ୨୪୦୭, ଦିଲ୍ଲୀରେ ୨୨୪୮, ରାଜସ୍ତାନରେ ୧୮୯୦, ମଧ୍ୟପ୍ରଦେଶରେ ୧୬୯୫, ତାମିଲନାଡୁରେ ୧୬୨୯, ଉତ୍ତର ପ୍ରଦେଶରେ ୧୫୦୯ ସଂକ୍ରମିତ ହୋଇଛନ୍ତି |

   Related Posts