Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||

କାଲିଠୁ ଆଇପିଏଲ୍: ମୁମ୍ବାଇ ଇଂଡିଆନ୍ସ-ଆରସିବି ମଧ୍ୟରେ ପ୍ରଥମ ମୁକାବିଲା, ଜାଣନ୍ତୁ କେଉଁଠି ଦେଖିବେ

8/04/2021 at 1:53 PM

ନୂଆଦିଲ୍ଲୀ ୦୮/୦୪ : ଦୁନିଆର ସବୁଠାରୁ ଆକର୍ଷକ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ୨୦୨୧ ଏପ୍ରିଲ ୯ ତାରିଖ ଶୁକ୍ରବାର ଦିନ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଚେନ୍ନାଇରେ ମୁମ୍ବାଇ ଇଂଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଂଡିଆନ୍ସ ଆଇପିଏଲ ଇତିହାସରେ ବିରାଟ କୋହଲିଙ୍କ ଟିମ ଆରସିବି ଉପରେ ସବୁବେଳେ ଭାରି ପଡିଛି। ଆରସିବି ଓ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଂଡିଆନ୍ସ ୧୯ ଥର ବାଜି ମାରିଛି। ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

ଲଗାତାର ଦ୍ୱିତୀୟ ବର୍ଷ କରୋନା ଭାଇରସ୍ ଯୋଗୁଁ ଆଇପିଏଲ୍ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଆଇପିଏଲ୍ ପ୍ରଶଂସକ ମୋବାଇଲ ଓ ଟିଭିରେ ମ୍ୟାଚ ଦେଖିପାରିବେ। ଏଥର ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବ। କୌଣସି ଟିମ୍ ଘରୋଇ ମଇଦାନରେ ମ୍ୟାଚ ଖେଳିବନି।

ଆଇପିଏଲ୍ ୨୦୨୧ ପ୍ରଥମ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ୭ଟା ସମୟରେ ଖେଳାଯିବ। ଟସ ୭ଟା ରେ ହେବ। ମ୍ୟାଚ୍ ପ୍ରସାରଣ ସ୍ତର ସ୍ପୋର୍ଟ୍ସ ନେଟୱାର୍କରେ ପ୍ରସାରିତ ହେବ। ମ୍ୟାଚର ଲାଇଭ୍ ଷ୍ଟ୍ରିମିଙ୍ଗ୍ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ।

ଆରସିବି – ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜବେନ୍ଦ୍ର ଚହଲ, ଦେବଦତ୍ତ ପଡିକ୍କଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦ୍ୱୀପ ସାଇନି, ଏଡମ ଜାମ୍ପା, ଶାହାବାଜ ଅହମ୍ମଦ, ଫିନ୍ ଆଲେନ୍, କେନ୍ ରିଚାର୍ଡସନ, ଗ୍ଲେନ ମ୍ୟାକ୍ସୱେଲ୍, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଜାହରୁଦ୍ଦିନ, ହର୍ସଲ ପଟେଲ, ସୁୟେଶ ପ୍ରଭୁଦେସାଇ, କେ.ଏସ୍ ଭରତ, କାଇଲ୍ ଜେମିସନ୍, ଡାନିଏଲ୍ ଖ୍ରୀଷ୍ଟିଆନ।

ମୁମ୍ବାଇ ଇଂଡିଆନ୍ସ – ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଧବଳ କୁଲକର୍ଣୀ, ହାର୍ଦିକ ପାଣ୍ଡ୍ୟା, ଈଶାନ କିଷାନ, ଯଶପ୍ରୀତ ବୁମରାହ, ଜୟନ୍ତ ଯାଦବ, କିରୋନ ପୋଲାଇ, କ୍ରୁଣାଲ ପାଣ୍ଡ୍ୟା, କ୍ୱିଣ୍ଟନ୍ ଡିକକ୍, ରାହୁଲ ଚାହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ୍ ଲିନ୍, ସୌରଭ ତିୱାରୀ, ମୋହସିନ ଖାନ, ଏଡମ ମିଲ୍ନେ, ନାଥନ କୁଲ୍ଟର ନାଇଲ୍, ପିୟୁଷ ଚାୱଲା, ମାର୍କୋ ଜେନ୍ସର, ଯୁଦ୍ଧବୀର ସିଂହ, ଜେମ୍ସ ନିଶନ, ଅର୍ଜୁନ ତେନ୍ଦୁଲକର।

   Related Posts