ଜାନୁଆରୀ ୨୧ ତାରିଖରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ : କେଉଁ ରାଶିରେ କ'ଣ ପ୍ରଭାବ ପଡିବ ଜାଣନ୍ତୁ

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : ୨୦୧୯ ନୂଆବର୍ଷ ଆରମ୍ଭରୁ ହିଁ ଏଥର ସୂର୍ଯ୍ୟଗ୍ରହଣ ହୋଇଥିଲା ଆଉ ଆସନ୍ତା ୨୧ ତାରିଖରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବିଶେଷ ଗୁରୁତ୍ବ ଦିଆଯାଉଛି । କାରଣ ଏଥରର ପୂର୍ଣ୍ଣମି ଚନ୍ଦ୍ରଙ୍କୁ ବୈଜ୍ଞାନିକ ଭାଷାରେ ସୁପର ବ୍ଲଡ ଉଲଫ ମୁନ୍‌ କୁହାଯାଉଛି । ସୂଚନା ଅନୁସାରେ ଏଥରର ପୂର୍ଣ୍ଣମୀ ଚନ୍ଦ୍ର ଅନ୍ୟ ଥରର ପୂର୍ଣ୍ଣମୀ ଚନ୍ଦ୍ରଙ୍କଠାରୁ ୧୪ ପ୍ରତିଶତ ବଡ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବେ । କର୍କଟ ରାଶିର ଦେବତା ହେଉଛନ୍ତି ଚନ୍ଦ୍ର | ଏଥର ଗ୍ରହଣରେ ଚନ୍ଦ୍ରଙ୍କ ଗ୍ରହ କର୍କଟରେ ହିଁ ଗ୍ରହଣ ଲାଗିବ | କର୍କଟ ଜଳୀୟ ରାଶି ହୋଇଥିବାରୁ ଜଳୀୟ ତତ୍ୱରେ ହଇଚଇ ସୃଷ୍ଟି ହେବାର ସମ୍ଭାବନା ରହିଛି | ତେବେ ଚନ୍ଦ୍ର ଗ୍ରହଣର ପ୍ରଭାବ କେଉଁ ରାଶିରେ କିଭଳି ପଡିବ ଜାଣନ୍ତୁ :

{"id":76150}

ମେଷ : ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଜ୍ୱର କିମ୍ବା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ରହିଛି | ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ | ଆଇନଗତ ଏବଂ ବିବାଦୀୟ ମାମଲାରୁ ନିଜକୁ ଦୁରେଇ ରଖନ୍ତୁ | ଗ୍ରହଣର କୁପ୍ରଭାବରୁ ବଂଚିବା ପାଇଁ ସୁନା ଧାରଣ କରନ୍ତୁ ତଥା ଗହମ, ଗୁଡ କିମ୍ବା ନାଲି ଜିନିଷ ଦାନ କରିବେ |

ବୃଷ : ଏହି ରାଶି ବିଶେଷଙ୍କୁ ଅନାବଶ୍ୟକ ପୀଡାରୁ ନିଜକୁ ରକ୍ଷା କରିବାକୁ ହେବ | ବାତ ରୋଗୀ ସାବଧାନତା ଅବଲମ୍ବନ କରିବେ | ଗ୍ରହଣର କୁପ୍ରଭାବରୁ ବଂଚିବା ପାଇଁ ରୁପା ଧାରଣ କରନ୍ତୁ ଏବଂ କ୍ଷୀର ଓ କ୍ଷୀରରୁ ତିଆରି ଖାଦ୍ୟ ଦାନ କରିବେ |

ମିଥୁନ : ପାଚନ ଏବଂ ରକ୍ତ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଛି | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ସବୁଜ ଜିନିଷ ଦାନ କରିବେ |

କର୍କଟ : ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମସ୍ତିସ୍କ ଏବଂ ସ୍ନାୟୁ ଜନିତ ରୋଗର ସମ୍ମୁଖୀନ ହେବାକୁ ପଡିପାରେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ସ୍ୱର୍ଣ୍ଣାଭୂଷଣ, ଘିଅ ଏବଂ ମୌସମ୍ବି ଫଳ ଦାନ କରିବେ |

ସିଂହ : ଏହି ରାଶି ବ୍ୟକ୍ତି ବିଶେଷ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ | ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଡ୍ରାଏଫ୍ରୁଟସ, ଖୁଆ, ଘିଅ ଆଦି ଦାନ କରିବେ |

କନ୍ୟା : ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହୃଦୟ ଜନିତ ଏବଂ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ଦେଖାଦେଇପାରେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ମୁଗ, ଖାରା ଖାଦ୍ୟ, କ୍ଷୀରରେ ପ୍ରସ୍ତୁତ ଖାଦ୍ୟ ତଥା ପନ୍ନା ଦାନ କରିବେ |

{"id":76151}

ତୁଳା :ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହୃଦୟ ଜନିତ ପୀଡା ହେବାର ସମ୍ଭାବନା ରହିଛି | ସେଥିପାଇଁ ସତର୍କତା ଅବଲମ୍ବନ କରିବେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ରାଶି, ସୋରିଷ, ସବୁଜ ପନିପରିବା. ହୀରା ଏବଂ ଓପଲ ଦାନ କରିବେ |

ବିଛା : ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଜ୍ୱର କିମ୍ବା ସଂକ୍ରାମକ ରୋଗର ଆଶଙ୍କା ରହିଛି | ରୋଗରୁ ବଂଚିବା ପାଇଁ ସତର୍କ ରହିବେ | ଯାତ୍ରାବେଳେ ସାବଧାନ ରହିବେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ସ୍ୱର୍ଣ୍ଣାଭୂଷଣ ପରିଧାନ କରିବେ | ଏହାସହ ଗହମ, ଗୁଡ, ସୁନା ଏବଂ ନାଲି ଓ ହଳଦିଆ ଫଳ ଦାନ କରିବେ |

ଧନୁ : ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ରକ୍ତ ସମସ୍ୟା ଦେଖାଦେଇପାରେ | ଶ୍ୱାସ ରୋଗ ଥିଲେ ନିଜର ଖାସ ଯତ୍ନ ନେବେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇଁ ଘିଅ, ଗହମ, ଡାଲି, ତମ୍ବା ବା ସୁନା ଦାନ କରିବେ |

ମକର : ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଗଣ୍ଠି ରୋଗର ସମସ୍ୟା ଦେଖାଦେଇପାରେ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇଁ ରୁପା ଏବଂ ଷ୍ଟିଲ ବାସନ ଦାନ କରିବେ |

କୁମ୍ଭ : ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଲିଭର ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ | ଗ୍ରହଣର କୁପ୍ରଭାବରୁ ବଂଚିବା ପାଇଁ କ୍ଷୀରରେ ପ୍ରସ୍ତୁତ ଖାଦ୍ୟ ଦାନ କରିବେ |

ମୀନ: ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଉଚ୍ଚ ରକ୍ତ ଚାପ ସମ୍ବନ୍ଧୀୟ ସମସ୍ୟାରୁ ନିଜକୁ ଦୁରେଇ ରଖିବାକୁ ହେବ | ଗ୍ରହଣର କୁପ୍ରଭାବରୁ ରକ୍ଷା ପାଇଁ ନାଲି ଏବଂ ହଳଦିଆ ବସ୍ତୁ ଦାନ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.