ଏମାନେ ହେଉଛନ୍ତି ବଲିଉଡର ୧୦ଜଣ ସୁପରଷ୍ଟାରଙ୍କ ପ୍ରଥମ ପ୍ରେମ: ଜାଣନ୍ତୁ କିଏ

Published By : Prameya-News7 Bureau | November 12, 2018 IST

ମୁମ୍ବାଇ: ୧୨/୧୧: ଆଜି ଆମେ ଜାଣିବା ସେହି ଷ୍ଟାରମାନଙ୍କ ବିଷୟରେ ଯେଉଁମାନେ ସଫଳତା ପାଇବା ପରେ ସେମାନଙ୍କ ପ୍ରଥମ ପ୍ରେମକୁ ଭୁଲିଯାଇଥିଲେ। ଫିଲ୍ମକୁ ଆସିବା ପୂର୍ବରୁ ଏମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କରେ ଥିଲେ। ୧.ସଲମାନ ଖାନ୍: ଐଶ୍ଚର୍ଯ୍ୟା ଏବଂ ସଲମାନଙ୍କ ଆଫେୟାର ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ସଲମାନ ଖାନଙ୍କ ପ୍ରଥମ ପ୍ରେମ ହେଉଛନ୍ତି ଶାହୀନ ଜାଫରୀ। ଶାହୀନ ଜାଫରୀ ଅଶୋକ କୁମାରଙ୍କ ନାତୁଣୀ। ସଲମାନ ଏବଂ ଶାହୀନ ଦୁଇଜଣ ନିର୍ବନ୍ଧ କରିଥାନ୍ତେ। କିନ୍ତୁ ସଲମାନ ଖାନ୍ ବଲିଉଡରେ ଆସିଗଲେ ଏବଂ ନିଜର ପ୍ରଥମ ପ୍ରେମକୁ ଭୁଲିଗଲେ। ୨.ରଣବୀର କପୁର: ବଲିଉଡର ସବୁଠୁ ହ୍ୟାଣ୍ଡସମ୍ ଅଭିନେତା ରଣବୀର କପୁର ଆଗରୁ ଅବନ୍ତିକା ମଲ୍ଲିକଙ୍କୁ ଡେଟ୍ କରୁଥିଲେ। ଅବନ୍ତିକା ମଲ୍ଲିକ ବର୍ତ୍ତମାନ ଅଭିନେତା ଇମରାନ ଖାନଙ୍କ ସ୍ତ୍ରୀ। ୩.ଆଦିତ୍ୟ ରାୟ କପୁର: ବଲିଉଡର ଜଣାଶୁଣା ଅଭିନେତା ଆଦିତ୍ୟ ରାୟ କପୁର ହେମା ମାଳିନୀଙ୍କ ସାନ ଝିଅ ଆହାନା ଦେଓଲଙ୍କୁ ଡେଟ୍ କରୁଥିଲେ। ୪.ଐଶ୍ଚର୍ଯ୍ୟା ରାୟ: ମିସ୍ ଓ୍ବାଲ୍ଡ ଐଶ୍ଚର୍ଯ୍ୟା ରାୟ ବଲିଉଡ ଇଣ୍ଡଷ୍ଟ୍ରିରେ ଆସିବ ଆଗରୁ ମଡେଲ୍ ରାଜୀବ ମୁଲଚନ୍ଦାନିଙ୍କୁ ଡେଟ୍ କରୁଥିଲେ। ସଫଳତା ମିଳିବା ପରେ ସେ ତାଙ୍କୁ ଛାଡ଼ିଦେଇଥିଲେ। ୫.ଆଲିଆ ଭଟ୍ଟ: ବଲିଉଡର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ନିଜ ପିଲାବେଳର ସାଙ୍ଗ ଅଲିଙ୍କୁ ଡେଟ୍ କରୁଥିଲେ। ୬.ଅର୍ଜୁନ କପୁର: ବୋନି କପୁରଙ୍କ ପୁଅ ବଲିଉଡର ପ୍ରସିଦ୍ଧ ଅଭିନେତା ଅର୍ଜୁନ କପୁର ଫିଲ୍ମରେ ଆସିବା ପୂର୍ବରୁ ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ଡେଟ୍ କରୁଥିଲେ। ୭.ଦୀପିକା ପାଦୁକୋଣ: ବଲିଉଡର ଆଗଧାଡ଼ିର ନାୟିକା ଦୀପିକା ପାଦୁକୋଣ ନିଜ ମଡେଲିଂ କରୁଥିବା ଦିନରେ ମଡେଲ୍ ନିହାର ପାଣ୍ଡ୍ୟାଙ୍କୁ ଡେଟ୍ କରୁଥିଲେ। କିନ୍ତୁ ବଲିଉଡରେ ଆସିବା ପରେ ଦୀପିକା ତାଙ୍କୁ ଛାଡ଼ି ଦେଇଥିଲେ। ୮.ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଆଗରୁ ବାହରିନର ରାଜକୁମାର ହସନ ବିନ ରଶୀଦ ଅଲ ଖଲିଫାଙ୍କୁ ଭଲ ପାଉଥିଲେ। ୯.ଅନୁଷ୍କା ଶର୍ମା: ବଲିଉଡର ସବୁଠୁ ପ୍ରତିଭା ସମ୍ପନ୍ନ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଥମ ପ୍ରେମ ବିରାଟ କୋହଲି ନୁହେଁ ବରଂ ଜୋୟେବ ୟୁସୁଫ ଥିଲେ। ସେ ମଡେଲିଂ କରିବାବେଳେ ତାଙ୍କୁ ଭଲ ପାଉଥିଲେ। ୧୦.ପ୍ରିୟଙ୍କା ଚୋପ୍ରା: ବଲିଉଡରୁ ହଲିଉଡ ଯାତ୍ରା କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ପ୍ରେମ ଅସୀମ ମର୍ଚାଣ୍ଟ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.