ସୋଆ ଲିଟେରାରୀ ଫେଷ୍ଟିଭାଲ: ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ଭାଷା ନାହିଁ । ଏହା ଏକ ହୃଦୟର ଭାଷା ; ପଦ୍ମଶ୍ରୀ ସୀତାଂଶୁ ୟଶଚନ୍ଦ୍ର ମେହେଟ୍ଟା

Published By : Prameya-News7 Bureau | February 01, 2020 IST

ଭୁବନେଶ୍ୱର ୧।୨:  ଆରମ୍ଭ ହୋଇଛି ସୋଆ ଲିଟେରାରୀ ଫେଷ୍ଟିଭାଲ । ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ  ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ୧୦୦ରୁ ଅଧିକ ସାହିତ୍ୟିକ ଭାରତୀୟ ଭାଷା ଓ ସାହିତ୍ୟ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି । ଏହି ୨ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମନୋନୀତ ଓଡ଼ିଆ ଲେଖକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳୀ ଲେଖକ କାଳିଚରଣ ହେମ୍ବ୍ରମ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

{"id":218857,"sizeSlug":"large"}

ପ୍ରଥମ ଥର ସୋଆ ତରଫରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଯୋଗଦେଇଛନ୍ତି ଦେଶ ବିଦେଶର ସାହିତ୍ୟ, ସିନେମା ଓ ସଂଗୀତ ଜଗତର ଶତାଧିକ ପ୍ରତିଭା । ସୋଆ ଲିଟେରାରୀ ଫେଷ୍ଟିଭାଲ୍‌କୁ ଉଦ୍‌ଘାଟନ କରିଥିଲେ ପ୍ରଖ୍ୟାତ ଗୁଜରାଟୀ କବି, ନାଟ୍ୟକାର, ଅନୁବାଦକ ପଦ୍ମଶ୍ରୀ ସୀତାଂଶୁ ୟଶଚନ୍ଦ୍ର ମେହେଟ୍ଟା । ଯିଏ କି ଉଭୟ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ମର୍ଯ୍ୟାଦାଜନକ ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଓ କବିର ସମ୍ମାନ ଆଦିରେ ସମ୍ମାନିତ ହୋଇଛନ୍ତି । ଏହାଛଡ଼ା ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।  

{"id":218858,"sizeSlug":"large"}

ବାସ୍ତବିକତା ଏବଂ କଳ୍ପନାର ସମନ୍ୱୟରେ ସାହିତ୍ୟର ସୃଷ୍ଟି । ଲେଖକ ବା କବି ସଦାସର୍ବଦା ସମାଜର ହିତ ପାଇଁ ଲେଖିବା ଆବଶ୍ୟକ । ଏକବିଂଶ ଶତାଦ୍ଦିରେ ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମର ବିକାଶ ସତ୍ତ୍ୱେ ସାହିତ୍ୟର ଆଦର କମିନାହିଁ । ସାହିତ୍ୟ କୌଣସି ନିର୍ଦ୍ଦିଷ୍ଟ ଭାଷା ମଧ୍ୟରେ ସିମିତ ନୁହେଁ । ଏହା ଏକ ହୃଦୟ ର ଭାଷା ।

{"id":218859,"sizeSlug":"large"}

ଗବେଷଣ, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ଭାରତୀୟ କଳା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରାତନ ସାହିତ୍ୟର ପୁନଃ ପ୍ରକାଶ କରିବା ଓ ଡିଜିଟାଇଜେସନ ମାଧ୍ୟମରେ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରିବା ହେଉଛି ଏହି ସାହିତ୍ୟ ମହାକୁମ୍ଭର ମୂଳ ଉଦେଶ୍ୟ ।

{"id":218860,"sizeSlug":"large"}

ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାମାଜିକ ଉନ୍ନତି କ୍ଷେତ୍ରରେ ପ୍ରକୃଷ୍ଟ ମାଧ୍ୟମ ତଥାପି ଏହା କଳା ସଂସ୍କୃତି ଓ ସାହିତ୍ୟର ସୁରଭି ମଧ୍ୟରେ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ପ୍ରଖ୍ୟାତ ସାହିତ୍ୟିକମାନେ । ଏହି ୨ଦିନିଆ ସାହିତ୍ୟ ଉତ୍ସବର ପ୍ରଥମ ଦିନରେ ୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଓଡ଼ିଆ ଲେଖକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳୀ ଲେଖକ କାଳିଚରଣ ହେମ୍ବ୍ରମ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

{"id":218862,"sizeSlug":"large"}

ସୋଆ ପକ୍ଷରୁ ଆୟୋଜିତ ସାହିତ୍ୟ ମହାକୁମ୍ଭରେ ପ୍ରଥମ ଦିନରେ ଏହି ଉତ୍ସବରେ ସାମିଲ ହୋଇଥିଲେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକ । ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୧୮ଟି ଆଲୋଚନା ଚକ୍ର, ୫ଟି ଫେସ୍‌ ଟୁ ଫେସ୍‌, ୨ଟି ବହୁଭାଷୀ ଓ ଗୋଟିଏ ଓଡ଼ିଆ କବିତା ପାଠୋତ୍ସବର କାର୍ଯ୍ୟକ୍ରମ ରହିଛି ।

{"id":218865,"sizeSlug":"large"}

ସୋଆ ସାହିତ୍ୟ ମହାକୁମ୍ଭରେ ୧୦୦ରୁ ଅଧିକ ବିଶିଷ୍ଟ ସାହିତ୍ବିକ ସାମିଲ ହୋଇ ଭାରତୀୟ ଭାଷା ଓ ସାହିତ୍ୟ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.