ଲକଡାଉନ ୫.୦ : ପ୍ରଥମ ଦିନରେ ବଢ଼ିଲା ସୁନା ଦାମ୍, ୫୦ ହଜାର୍ ପାର ହେଲା ରୁପା

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧/୦୬ : ପଞ୍ଚମ ପାଳି ଲକଡାଉନର ପ୍ରଥମ ଦିନରେ ସୁନା-ରୁପା ଦାମରେ ବଡ ପରିବର୍ତ୍ତନ ହୋଇଛି | ସୋମବାର ଦିନ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୩୭୭ ଟଙ୍କା ବୃଦ୍ଧି ପାଇଛି | ଶୁକ୍ରବାର ଦିନ ୧୦ ଗ୍ରାମ ପ୍ରତି ୪୬ ହଜାର ୯୨୯ ଟଙ୍କା ଥିଲା | ରୁପା କିଲୋଗ୍ରାମ ପ୍ରତି ୧୫୭୫ ଟଙ୍କା ବୃଦ୍ଧି ପାଇଛି | ବର୍ତ୍ତମାନ ରୁପା ଦାମ ୫୦ ହଜାର ପାର କରିଛି | ଇଣ୍ଡିଆ ବୁଲୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ୱେବସାଇଟ ସୁନା-ରୁପା ଦାମ ଅପଡେଟ କରିଛି | ibjarates ଅନୁଯାୟୀ, ଜୁନ ୧ ତାରିଖରେ ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୪୭ ହଜାର ୩୦୬ ଟଙ୍କା ହୋଇଛି | ୨୩ କ୍ୟାରେଟ ସୁନା ୩୭୬ ଟଙ୍କା ବୃଦ୍ଧି ପାଇ ୪୭ ହଜାର ୧୧୭ ଟଙ୍କା ହୋଇଛି | ୨୨ କ୍ୟାରେଟ ସୁନା ୩୪୫ ଟଙ୍କା ବଢି ୪୩ ହଜାର ୩୩୨ ଟଙ୍କା ହୋଇଛି | ଇଣ୍ଡିଆ ବୁଲୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଦିଲ୍ଲୀର ମିଡ଼ିଆ ପ୍ରଭାରୀ ରାଜେଶ ଖୋସଲାଙ୍କ କହିବାନୁଯାୟୀ, ibja ଦେଶର ୧୪ଟି କେନ୍ଦ୍ରରେ ସୁନା-ରୁପାର ଉପସ୍ଥିତ ମୂଲ୍ୟ ଦର୍ଶାଇଥାନ୍ତି | ତେବେ ସୁନା-ରୁପାର ବର୍ତ୍ତମାନର ମୂଲ୍ୟ ସବୁ ଜାଗାରେ ବହ୍ନ୍ନ ଭିନ୍ନ ହୋଇପାରେ ବୋଲି ସେ କହିଛନ୍ତି | ତେବେ ବିଭିନ୍ନ ଜାଗାରେ ସୁନା-ରୁପା ଦାମରେ ସାମାନ୍ୟ ଅନ୍ତର ରହିଥାଏ ବୋଲି ସେ କହିଛନ୍ତି |

{"id":279601,"width":578,"height":433,"sizeSlug":"large"}

ଆପଣ ଯଦି ସୁନା କିମ୍ବା ରୁପା କିଣିବାକୁ କିମ୍ବା ବିକ୍ରି କରିବାକୁ ଯାଉଛନ୍ତି ତାହେଲେ ପ୍ରଥମେ ଦାମ ପତା କରିଦିଅନ୍ତୁ | ପ୍ରଥମରୁ ଦାମ ଜାଣିଥିଲେ ଆପଣ ଦୋକାନୀ ଠାରୁ ସଠିକ ମୂଲ୍ୟରେ ଜିନିଷ ପାଇପାରିବେ | IBJA ୱେବସାଇଟ https://ibjarates.com/ କୁ ଯାଇ ଯେକୌଣସି ବ୍ୟକ୍ତି ସୁନା-ରୁପା ଦାମ ଜାଣିପାରିବେ | IBJA ଜାରି କରିଥିବା ଦାମ ଦେଶ ସାରା ସର୍ବମାନ୍ୟ | ତେବେ ଏହି ୱେବସାଇଟରେ ଦିଆଯାଇଥିବା ଦାମ ଜିଏସଟି ସାମିଲ କରାଯାଇନାହିଁ | 

{"id":279604,"width":576,"height":369,"sizeSlug":"large"}

ସୁନା ଗହଣା କିଣିବା ସମୟରେ ସବୁବେଳେ ହଲମାର୍କ ଦେଖି ହିଁ କିଣନ୍ତୁ | ବିକ୍ରି କରିବା ସମୟରେ ବିନା ହଲମାର୍କ ଗହଣାର ସଠିକ ଦାମ ମିଳିବ ମୁସ୍କିଲ ହୋଇଥାଏ | ସେଥିପାଇଁ ସବୁବେଳେ ହଲମାର୍କ ଗହଣା କିଣିବା ଉଚିତ | ବିକ୍ରି ସମୟରେ ହଲମାର୍କ ଗହଣାରେ ଉପସ୍ଥିତ ଦାମ ମିଳିଥାଏ |  

{"id":279606,"width":573,"height":386,"sizeSlug":"large"}

ହଲମାର୍କ ଗହଣାରେ ଚିହ୍ନ ଓ କିଛି ଅଙ୍କ ରହିଥାଏ, ଯେପରିକି ୯୯୯, ୯୧୬, ୮୭୫ ଲେଖାଯାଇଥାଏ | ଏଥିରେ ସୁନାର ଶୁଦ୍ଧତାର ରାଜ ଲୁଚି ରହିଥାଏ | ହଲମାର୍କ ଚିହ୍ନ ସହ ୯୯୯ ଅଙ୍କ ସୁନା ୨୪ କ୍ୟାରେଟ ବିଶିଷ୍ଟ ହୋଇଥାଏ | ୯୯୯ ଅର୍ଥାତ ସୁନାର ଶୁଦ୍ଧତା ୯୯.୯ ପ୍ରତିଶତ | ୨୩ କ୍ୟାରେଟ ସୁନାରେ ୯୯୫, ୨୨ କ୍ୟାରେଟ ସୁନାରେ ୯୧୬, ୨୧ କ୍ୟାରେଟ ସୁନାରେ ୮୭୫ ଏବଂ ୧୮ କ୍ୟାରେଟ ସୁନାରେ ୭୫୦ ଅଙ୍କ ରହିଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.