Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭାରତରେ ଚିହ୍ନଟ ହେଲା ପ୍ରଥମ କରୋନା ଭାଇରସ

30/01/2020 at 6:36 PM

ନୂଆଦିଲ୍ଲୀ ୩୧। ୦୧ –  ଚିହ୍ନଟ ହେଲା ପ୍ରଥମୋ କରୋନା ଭାଇରସ । ଓ୍ବାହନ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଜଣେ ଭାରତୀୟ ଛାତ୍ରଙ୍କ ରକ୍ତ ନମୁନାରେ ବାହାରିଛି କରୋନାରେ ଭାଇରସ ।

କରୋନା ସାରା ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୧୬ଟି ଦେଶରେ କରୋନା ବ୍ୟାପିଲାଣି। ଏବେ ସୁଦ୍ଧା ଚାଇନାରେ ୧୭୦ ଜଣଙ୍କ ମୃତ୍ୟୁ ହେଲାଣି । ଏହାକୁ ମହାମାରୀ ଘୋଷଣା କରିବାକୁ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ବିଚାର କରୁଛି। ଏପଠେ ଭାରତ ସରକାର ଚାଇନା ଯାଉଥିବା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋର ସମସ୍ତ ପ୍ଲାଇଟକୁ ବାତିଲ କରିଛନ୍ତି…

ଆତଙ୍କ ଖେଳେଇଲାଣି କରୋନା । ଦେଶରେ ଚିହ୍ନଟ ହେଲା ପ୍ରଥମ କରୋନା ପୀଡିତ। କେରଳର ଜଣେ ଛାତ୍ର ଦେହରେ କରୋନା ଭାଇରସ ଚିହ୍ନଟ ହୋଇଛି । କେରଳରେ ୮ଶହ ଲୋକଙ୍କୁ ଅନୁଧ୍ୟାନରେ ରଖଯାଇଛି । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ରକ୍ତ ନମୁନ ସଂଗ୍ରହ କରାଯାଇଥିଲା ।

୧୦ଜଣଙ୍କ ନେଗଟିଭ ବାହାରିଥିବାବେଳେ ୬ଜଣଙ୍କ ରକ୍ତନମୁନା ସନ୍ଦେହ ଘେରରେ ରହିଥିଲା । ଏମାନଙ୍କ ମଧ୍ୟରୁ ଜଣଙ୍କ ରକ୍ତ ନମୁନାରେ କରୋନା ଭାଇରସ ଚିହ୍ନଟ ହୋଇଛି ।

କେରଳର ଏହି ଛାତ୍ର ଜଣଙ୍କ ଚୀନ୍‌ର  ଓ୍ବାହନ ବିଶ୍ବବିଦ୍ୟାଳୟରେ  ପଢ଼ୁଥିଲେ । ଏବେ ଛାତ୍ର ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାବେଳେ ତାଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ଚିକିତ୍ସା କରାଯାଉଛି ।ଚାଇନାରୁ ଆସୁଥିବା ଲୋକେ ଏବେ ସ୍ବାସ୍ଥ୍ୟ ବିଭଗର ସ୍କାନରରେ ଅଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି କରୋନା ଭାଇରସ ବିଶ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଚାଇନାର ଓ୍ବାହାନ ସହର ଏହି ଭାଇରସ୍‌ର କେନ୍ଦ୍ର ସ୍ଥଳ ପାଲଟିଛି । ବର୍ତ୍ତମାନ ସୁଦ୍ଧା ୧୬ଟି ଦେଶେରେ କରୋନା ଭାଇରସ ଦେଖାଦେଲାଣି । କରୋନାକୁ ମହାମାରୀ ଘୋଷଣା ଉପରେ ଚିନ୍ତା କରୁଛି ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ।

ଏପଟେ କ୍ୟାବିନେଟ ସଚିବ ବିଭିନ୍ନ ରାଜ୍ୟରେ କରୋନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟସରକାର କରୋନାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଗତକାଲି ଚାଇନାରୁ ମ୍ୟାଲେସିଆ ହୋଇଆସିଥିବା ଦୁଇ ଜଣ ଯାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାରୁ ସେମାନଙ୍କୁ ଘରକୁ ପଠାଇଦିଆଯାଇଛି । ୧୫ ଦିନ ପର୍ଯ୍ୟନ୍ତ ଘରେ ସ୍ବତନ୍ତ୍ର କୋଠରୀରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ ପାଇଁ କେବଳ ଆରଏମଆରସି ଏବଂ କଟକ ଏସବିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । ପରେ ଏହାକୁ ପୁନେକୁ ପରୀକ୍ଷା ପାଇଁ ପଠାଯାଉଛି।     

କରୋନା ଭାଇରସ କିଭଳି ଅନ୍ୟସହରକୁ ନ ଡେଇଁବ ସେଥିପାଇଁ ଚୀନ୍‌ ତାର ୧୬ଟି ସହରକୁ ଗମନାଗମନ ବନ୍ଦ କରିଛି ।

ରଷିଆ ତାର ଚାଇନା ବର୍ଡରକୁ ସିଲ କରିଛି । ଏପଟେ ଭାରତ ସରକାର ଚଇନାକୁ ଯାଉଥିବା ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ସବୁ ପ୍ଲାଇଟକୁ ବା୍ତିଲ କରିଛନ୍ତି ।

   Related Posts