Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜରେ ଲୁଟ୍‌ର ଦୃଶ୍ୟ

10/11/2020 at 4:14 PM

ନବରଙ୍ଗପୁର ୧୦।୧୧: ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ୍ ଘଟଣା ବଢ଼ିବାରେ ଲାଗିଛି। ଆଜି ପୁଣି ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା।

ସୂଚନା ଅନୁସାରେ ଉମରକୋଟ ଥାନା ଅନ୍ତର୍ଗତ କାରାଗାଁର ମକା ବ୍ୟବସାୟୀ ବିରଞ୍ଚିଙ୍କ ନିକଟରେ କାମ କରୁଥିବା ଦୀପକ ଚୌଧୁରୀ ଉମରକୋଟ ଆନ୍ଧ୍ର ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରିବା ବାଟରେ ଧଡ୍ରା ଗାଁରେ କିଛି ଜିନିଷପତ୍ର କିଣି ଘରକୁ ଯିବା ପାଇଁ ଅଟକିଥିଲେ ।

ଏକ ଦୋକାନ ସମ୍ମୁଖରେ ବାଇକ୍ ରଖି ଜିନିଷ ପତ୍ର କିଣିବା ସମୟରେ ୩  ଜଣ ଦୁର୍ବୃତ୍ତ ବାଇକ୍ ରଖି ଦୋକାନକୁ ଯାଇ କିଛି ଜିନିଷ କିଣିବା ଭଳି ବାହାନା କରି ଦୋକାନୀଙ୍କ ସମ୍ମୁଖରେ ଛିଡା ହୋଇଥିଲେ । ଏହାପରେ ରାସ୍ତା ଅରପଟେ ଜଗି ରହିଥିବା ଚତୁର୍ଥ ଦୁର୍ବୃତ୍ତ ଜଣଙ୍କ ସଂପୃକ୍ତ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲା। ଏହିସବୁ ଘଟଣା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଏହି ଘଟଣା ପରେ ଦୀପକ ଚୌଧୁରୀ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ସିସିଟିଭି ଫୁଟେଜ ସହାୟତାରେ ତଦନ୍ତ ଆରମ୍ଭ କରିଛି।

   Related Posts