୧୯ତମ କାର୍ଗିଲ ବିଜୟ ଦିବସ
24/07/2018 at 8:29 AM

୧୯ତମ କାର୍ଗିଲ ବିଜୟ ଦିବସ ଆଜିଠୁ ଜମ୍ମୁ ଏବଂ କାଶ୍ମୀରରେ ଡ୍ରାସ ଯୁଦ୍ଧ ସ୍ମାରକୀ ନିକଟରେ ଆରମ୍ଭ ହୋଇଛି । ତିନି ଦିନ ଧରି ଏହି ବିଜୟ ଦିବସକୁ ପାଳନ କରାଯିବ। ଜୁଲାଇ ୨୬ କାର୍ଗିଲ ବିଜୟ ଦିବସ ଉଦଯାପିତ ହେବ। ପାକିସ୍ତାନ ବିରୋଧରେ ଭାରତର ମହତ୍ବପୂର୍ଣ୍ଣ ବିଜୟକୁ ମନେପକାଇବାକୁ ଏହି ବିଜୟ ଦିବସ ପାଳନ କରାଯାଉଛି। ଦେଶ ପାଇଁ ଜୀବନକୁ ବାଜି ଲଗାଇଥିବା ୫୦୦ ବୀର ଯବାନଙ୍କ ବଳିଦାନର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି।