Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

୧୯୯୯ରେ ଫେଲ୍ ମାରିଥିଲା ଓ୍ୱାସିମ ଆକ୍ରମଙ୍କ ପ୍ଲାନ୍, ପାକିସ୍ତାନର ସମସ୍ତ ଓ୍ୱିକେଟ୍ ପୋଛି ନେଇଥିଲେ କୁମ୍ବଲେ

23/05/2020 at 3:48 PM

ନୂଆଦିଲ୍ଲୀ, ୨୩|୦୫:  ପାକିସ୍ତାନ କ୍ରିକେଟ ଦଳ ୧୯୯୯ରେ ଭାରତ ଗସ୍ତରେ ଆସିଥିଲା । ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଟେଷ୍ଟ୍ ସିରିଜର ଶେଷ ଟେଷ୍ଟ୍ ଖେଳାଯାଉଥିଲା । ପାକିସ୍ତାନ ସିରିଜରେ ୧-୦ରେ ଆଗୁଆ ରହି ସିରିଜରୁ ୨-୦ରେ କବଜା କରିବାକୁ ଚାହୁଁଥିଲା । ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ଅନିଲ କୁମ୍ବଲେ ଇତିହାସ ରଚିବା ସହ ସମସ୍ତ ୧୦ଟି ଓ୍ୱିକେଟ ନେଇଥିଲେ । ସେହି ସମୟରେ ପାକିସ୍ତାନ ଦଳର ଅଧିନାୟକ ଥିଲେ ଓ୍ୱାସିମ ଆକ୍ରମ । ସେ ଓ୍ୱକାର ୟୁନିସଙ୍କୁ କୁମ୍ବଲେଙ୍କ ହାତରେ ଆଉଟ ନହେବାକୁ କହିଥିଲେ । ତେବେ ଆକ୍ରମଙ୍କ ପ୍ଲାନ ଏହି ମ୍ୟାଚରେ ଫେଲ ହୋଇଥିଲା । ଓ୍ୱକାର କୁମ୍ବଲେଙ୍କ ଶିକାର ହୋଇଥିଲେ ।

ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ ଆକାଶ ଚୋପ୍ରା ନିକଟରେ ଓ୍ୱାସିମ ଆକ୍ରମଙ୍କ ସହ ୟୁଟ୍ୟୁବରେ ସାକ୍ଷାତକାର ନେଇଥିଲେ । ଆକ୍ରମ ଚାହିଁଥିଲେ କୁମ୍ବଲେଙ୍କ ଶିକାର ହୋଇନଥାନ୍ତେ । ସେ ଆଉ କାହା ବଲରେ ଆଉଟ ହୋଇପାରିଥାନ୍ତେ । ଏହାକୁ ନେଇ ଆକାଶ ତାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଆକ୍ରମ କହିଛନ୍ତି ଯେ, ଏପରି କରିବା ଦ୍ୱାରା ଅଣଖେଳୁଆଡ ମନୋଭାବ ପ୍ରଦର୍ଶନ ହୋଇଥାନ୍ତା । ସେ ୟୁନିସଙ୍କୁ ନିଜ ଇଚ୍ଛାନୁସାରେ ଖେଳିବାକୁ କହିଥିଲେ । ଏପରିକି ଶ୍ରୀନାଥଙ୍କ ବଲରେ ସଟ୍ ଖେଳିବାକୁ କହିଥିଲେ । ସେହିଦିନ ଭାରତ ପାଇଁ ଏକ ବଡ ଦିନ ଥିଲା ।

ପାକିସ୍ତାନ ସେହି ମ୍ୟାଚରେ ୨୧୨ ରନରେ ପରାସ୍ତ ହୋଇଥିଲା । ଭାରତ ପ୍ରଥମ ପାଳିରେ ୨୫୨ ରନ କରିଥିଲା । ତେବେ ପାକିସ୍ତାନ କେବଳ ୧୭୨ ରନ ହିଁ କରିପାରିଥିଲା । ସେହିପରି ଦ୍ୱିତୀୟ ଇନିଂସରେ ଭାରତ ୩୩୯ ରନ କରି ପାକିସ୍ତାନକୁ ୪୨୦ ରନର ଟାର୍ଗେଟ୍ ଦେଇଥିଲେ । କିନ୍ତୁ ପାକିସ୍ତାନ ମାତ୍ର ୧୦୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

   Related Posts