Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

‘ଲୋକ ଲଜ୍ଜାକୁ ଡରି ଡରି ବଞ୍ଚିଛି, କିନ୍ତୁ ମୋ ସ୍ବାମୀ ନିର୍ଦ୍ଦୋଷ…’ ଗଣଦୁଷ୍କର୍ମ ଅଭିଯୁକ୍ତ ବିବନ ବିଶ୍ବାଳଙ୍କ ବାଟକୁ ଚାତକ ଭଳି ଚାହିଁଛନ୍ତି ପତ୍ନୀ

23/02/2021 at 4:38 PM

ବାରଙ୍ଗ ୨୩।୨: ୧୯୯୯ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ପୁଣି ତାଜା ହୋଇଛି ମାମଲା । ଦୀର୍ଘ ୨୨ ବର୍ଷ ଧରି ଫେରାର ଥିବା ବିବନଙ୍କୁ ସିବିଆଇ ଧରିପାରିନଥିବା ବେଳେ କମିଶନରେଟ୍ ପୋଲିସ କିନ୍ତୁ ସଫଳ ହୋଇଛି । ପୁନେରୁ ବିବନକୁ ଗିରଫ କରିଛି କମିଶନରେଟ୍ ପୋଲିସ ଟିମ୍ ।

ଏପଟେ ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ସେହି ଭୟଙ୍କର ରାତିର କଳାକାହାଣୀ ଓ ତାପରବର୍ତ୍ତୀ ତତ୍କାଳୀନ ଘଟଣାକ୍ରମ ତାଜା ହୋଇଛି । ଏହାସହ ଏଥିରେ ଏବେ ଏକ ମୋଡ ଆସିଛି । ପୋଲିସ ଆଖିରେ ଏବଂ ପୀଡିତାଙ୍କ ଅଭିଯୋଗରେ ବିବନ ଦୋଷୀ, କିନ୍ତୁ ତାହା ମାନିବାକୁ ନାରାଜ ବିବନଙ୍କ ପତ୍ନୀ । ସ୍ବାମୀଙ୍କ ଉପରେ ଅଗାଢ ବିଶ୍ବାସ ଥିବା କହିଛନ୍ତି ବିବନଙ୍କ ସ୍ତ୍ରୀ ଗୀତାଞ୍ଜଳି ବିଶ୍ବାଳ ।

ଗଣମାଧ୍ୟମକୁ ଆସିଛି ଗୀତାଞ୍ଜଳିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ୨୨ ବର୍ଷ ଧରି ସ୍ବାମୀଙ୍କ ମୁହଁ ଦେଖି ନଥିବା ବେଳେ ଯେତେବେଳେ ସେ ସ୍ବାମୀଙ୍କୁ ଦେଖିବାର ସୁଯୋଗ ପାଇଲେ, ସେତେବେଳେ ପୋଲିସ ତାଙ୍କୁ ଉଠାଇନେଲା । ଏବେ ବି ନିଜ ସ୍ବାମୀଙ୍କ ଉପରେ ତାଙ୍କର ଆଗାଢ ବିଶ୍ବାସ । ତାଙ୍କ ସ୍ବାମୀ ଦୋଷୀ ନୁହଁନ୍ତି, ଅପରାଧ କରିନାହାନ୍ତି ବୋଲି ଦୃଢ ଭାବେ କହୁଥିବା ଗୀତାଞ୍ଜଳି କହିଛନ୍ତି, ଆଇନ ଉପରେ ତାଙ୍କର ଭରଷା ରହିଛି ।

ପୋଲିସ ଉଠାଇ ନେଲା ପରେ ବି ତାଙ୍କ ସ୍ବାମୀ ନିର୍ଦ୍ଦୋଶ ହୋଇ ଫେରିବେ ବୋଲି କହୁଛନ୍ତି ଗୀତାଞ୍ଜଳି । ଆଇନକୁ ଭରଷା କରୁଛନ୍ତି ସେ ଆଉ ସ୍ବାମୀଙ୍କୁ ଦେଖିବାକୁ ଚାତକ ଭଳି ଚାହିଁଥିବା କହିଛନ୍ତି ଗୀତଞ୍ଜଳି । ରୋଷେଇ ପାଇଁ ମନ ଲାଗୁନାହିଁ, କଥା କହିବାକୁ ଇଚ୍ଛା ହେଉନାହିଁ । ଲୋକ ଲଜ୍ଜାକୁ ଡରି ଡରି ବଞ୍ଚିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ତଥାପି ତାଙ୍କ ବିଶ୍ବାସ ତାଙ୍କ ସ୍ବାମୀ ନିର୍ଦ୍ଦୋଷ ସାବ୍ୟସ୍ତ ହେବେ ।

   Related Posts