ମୁମ୍ବାଇ ସିରିଏଲ ବ୍ଲାଷ୍ଟର ଦୁଇ ଅଭିଯୁକ୍ତ ଦୁବାଇରୁ ଗିରଫ : ଜଣେ ନୌସେନା ଅଧିକାରୀଙ୍କ ପୁଅ

Published By : Prameya-News7 Bureau | February 14, 2019 IST

ଦିଲ୍ଲୀ ୧୪/୨ : ଅଣ୍ଡରୱାର୍ଲଡ ଡନ ରବି ପୂଜାରାକୁ ଗିରଫ କରିବା ପରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି | ୧୯୯୩ ମୁମ୍ବାଇ ବ୍ଲାଷ୍ଟର ଦୁଇ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆବୁ ବକର ଏବଂ ଫିରୋଜ କୁ ଦୁବାଇରୁ ଗିରଫ କରାଯାଇଛି | ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ଦୁଇ ଅପରାଧୀଙ୍କୁ ଗିରଫ କରିଛି | ଆବୁ ବକର ମୁମ୍ବାଇ ସିରିଏଲ ବ୍ଲାଷ୍ଟରେ ମାଷ୍ଟର ମାଇଣ୍ଡ | ଫିରୋଜ ବ୍ଲାଷ୍ଟ ବେଳେ ନୌସେନାରେ ଥିବାଜଣେ ଅଧିକାରୀଙ୍କ ପୁଅ |

{"id":85304}


ଭାରତୀୟ ଗୁଇନ୍ଦା ସଂସ୍ଥା ଅନୁସାରେ ୧୯୯୩ ମୁମ୍ବାଇ ସିରିଏଲ ବ୍ଲାଷ୍ଟରେ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ହମଲା ପାଇଁ ଆର୍ଡିଏକ୍ସର ଦାୟିତ୍ୱ ଆବୁ ବକରକୁ ଦେଇଥିଲା | ଆବୁ ବକର ରାୟଗଡ଼ ଦେଇ ପାକିସ୍ତାନରୁ ଭାରତକୁ ଆର୍ଡିଏକ୍ସ ସପ୍ଲାଏ କରିଥିଲା | ମୁମ୍ବାଇ ବ୍ଲାଷ୍ଟ ପୂର୍ବରୁ ମଧ୍ୟ ଆବୁ ବକର ଭାରତରୁ ସୀମା ପାର କରି ତସ୍କରୀ ରାକେଟ ଚଳାଉଥିଲା | ସେଥିପାଇଁ ଲୁଚା ଚୋରା ଭାବେ ଭାରତରେ ଅବୈଧ ଅସ୍ତ୍ରଶସ୍ତ୍ର କାରବାର କରିବା ଅଭ୍ୟାସ ଥିଲା ଆବୁ ବକରର |

{"id":85310}

ସେଥିପାଇଁ ଦାଉଦ ଇବ୍ରାହିମ ଆବୁ ବକରକୁ ଆର୍ଡିଏକ୍ସ ଦାୟିତ୍ୱ ଦେଇଥିଲା | ଆର୍ଡିଏକ୍ସ ସପ୍ଲାଏ ପାଇଁ ତାକୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ସଞ୍ଚାଳିତ ହୋଇଥିବା ଏକ ଆତଙ୍କୀ ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା |

{"id":85305}


ଆବୁ ବକର ମୁମ୍ବାଇ ବିସ୍ଫୋରଣ ପୂର୍ବରୁ ମଧ୍ୟ ଭାରତରେ ଅବୈଧ କାରବାର କରୁଥିଲା | ଅବୈଧ କାରବାରରେ ଲିପ୍ତ ଥିବା ଯୋଗୁଁ ଆବୁ ବକରର ଦୁବାଇ, ଇରାନ ଏବଂ ପାକିସ୍ତାନର ବଡ ବଡ ବ୍ୟବସାୟୀଙ୍କ ସହ ସମ୍ବନ୍ଧ ରହିଥିଲା | ଆବୁ ବକର ଇରାନର ଜଣେ ମହିଳାଙ୍କ ସହ ଦ୍ୱିତୀୟ ବିବାହ ମଧ୍ୟ କରିଥିବା ଜଣାପଡିଛି |

{"id":85306}


ଆବୁ ବକରର ଗିରଫ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ଏକ ବଡ ସଫଳତା | ଆବୁର ଗିରଫ ପରେ ଅଣ୍ଡରୱାର୍ଲଡର ଅନେକ ତଥ୍ୟ ମିଳିବ ବୋଲି ସୁରକ୍ଷା ଏଜେନ୍ସି ଆଶା କରିଛି | ଏହାସହ ମୁମ୍ବାଇ ବ୍ଲାଷ୍ଟର ଅନ୍ୟ ଆତଙ୍କବାଦୀଙ୍କ ସୂଚନା ମଧ୍ୟ ମିଳିବ ବୋଲି ଆଶା କରାଯାଉଛି | ସୁରକ୍ଷା ଏଜେନ୍ସି ଆବୁକୁ ଦୁବାଇରୁ ଭାରତକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି |

{"id":85307}


ଦ୍ୱିତୀୟ ଅଭିଯୁକ୍ତ ଫିରୋଜ ସେତେବେଳେ ଦାୟିତ୍ୱରେ ଥିବା ଜଣେ ନୌସେନା ଅଧିକାରୀଙ୍କ ପୁଅ ଥିଲା | ମୁମ୍ବାଇ ବ୍ଲାଷ୍ଟ ପରେ ସେ ଦେଶ ଚଡି ଚାଲି ଯାଇଥିଲା | ଏହାପରେ ୨୦୦୫ ମସିହାରେ ନକଲି ପାସପୋର୍ଟ ତିଆରି କରି ଫିରୋଜ ଭାରତକୁ ଆସିଥିଲା |

{"id":85308}


ସୂଚନାଯୋଗ୍ୟ ଯେ, ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ଦୁଇ ଘଣ୍ଟା ମଧ୍ୟରେ ମୁମ୍ବାଇଏଅ ୧୩ଟି ଅଲଗା ଅଲଗା ଜାଗାରେ ସିରିଏଲ ବ୍ଲାଷ୍ଟ ହୋଇଥିଲା | ଏହି ବିସ୍ଫୋରଣରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିଲା | ୭୨୩ ଜଣ ବିସ୍ଫୋରଣରେ ଆହତ ହୋଇଥିଲେ | ବିସ୍ଫୋରଣରେ ପାଖାପାଖି ୨୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା |

{"id":85312}

ବିସ୍ଫୋରଣ ପରେ ୧୦ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ ହୋଇଥିଲା | ଚାର୍ଜସିଟରେ ୧୮୯ ଜଣ ଅଭିଯୁକ୍ତଙ୍କ ନାଁ ସାମିଲ ଥିଲା | ବିସ୍ଫୋରଣରେ ମୁଖ୍ୟ ଦୋଷୀ ଦାଉଦ ଇବ୍ରାହିମ ଥିଲା |

{"id":85309}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.