ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ : ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ, ୧୯ରେ କରିବେ ଦାୟିତ୍ବ ଗ୍ରହଣ

Published By : Prameya-News7 Bureau | August 15, 2019 IST

ଭୁବନେଶ୍ବର ୧୫|୮: ୧୯୮୬ ବ୍ୟାଚ୍ ର ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ ।  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯିବା ପରେ ଏହି ପଦବୀ ଖାଲି ହୋଇଥିଲା । ଅସିତ ତ୍ରିପାଠୀ ବର୍ତ୍ତମାନ ଉନ୍ନୟନ କମିଶନର ଅଛନ୍ତି । ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଆସନ୍ତା ୧୯ତାରିଖ ଦିନ ଦାୟିତ୍ବ ଗ୍ରହଣ କରିବେ ଅସିତ ତ୍ରିପାଠୀ ।

ସେହିଭଳି ପ୍ରଦୀପ ମାହପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ସ୍ପେଶାଲ ଇନିସିଏଟିଭର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଦାୟିତ୍ବ ଦିଆଯାଇଛି । ପୂର୍ତ୍ତ ସଚିବ ଡକ୍ଟର କ୍ରିଷ୍ଣନ କୁମାରଙ୍କୁ ଏସଆଇଟିଏର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.