କସର୍ଦା ଲକ୍ଷ୍ମୀନାରାୟଣ ବିଦ୍ୟାପୀଠର ୧୯୮୬ ବ୍ୟାଚ୍ ବନ୍ଧୁମିଳନ

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର ୨୬।୧୨: ଭେଟିବା ଗୁରୁଙ୍କୁ । ଖାଇବା ଏକାଠି । କଥା ବାଣ୍ଟିବା ପରସ୍ପର । ମନେପକାଇବା ସେଇ ସାଙ୍ଗସାଥୀ, ସେଇ ପିଲାଦିନ । ଏହି ଭାବନାକୁ ନେଇ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ,କସର୍ଦାର ୧୯୮୬ ବ୍ୟାଚ୍ ବନ୍ଧୁମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

{"id":202928,"sizeSlug":"large"}

ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା ।  ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀନାରାୟଣଙ୍କ ଠାରେ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୧୯୮୬ ବ୍ୟାଚ୍ ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରିବାପରେ ଶିକ୍ଷକମାନେ ପୁରୁଣାଦିନର ସ୍କୁଲ ଜୀବନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେତେବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଥିବା ସଂପର୍କ ଆଉ ନାହିଁ । ଆଗାମୀ ଦିନରେ ସେସବୁ କେବଳ ନିଜନିଜ ପିଲାଙ୍କ ଭିତରେ ଉଜ୍ଜିବିତ ରଖିବାର ପ୍ରୟାସ କରାଯାଇପାରିବ ବୋଲି ଶିକ୍ଷକମାନେ ପରାମର୍ଶ ଦେଇଥିଲେ ।

{"id":202929,"width":576,"height":384,"sizeSlug":"large"}

ବୟୋଜ୍ୟେଷ୍ଠ ପୂର୍ବତନ ପ୍ରଧାନଶିକ୍ଷକ ଦୀନବନ୍ଧୁ ଶତପଥୀ, ପୂର୍ବତନ ଶିକ୍ଷକ ଶରତ ଚନ୍ଦ୍ର ସ୍ବାଇଁ , ବୃନ୍ଦାବନ ନାୟକ, ପ୍ରେମାନନ୍ଦ ମହାପାତ୍ର, ଅଭିମନ୍ୟୁ ସୁନ୍ଦରାୟ, ସୁରେଖା ପ୍ରଧାନ, ରେଣୁବାଳା ମହାପାତ୍ର, ଗଣେଶ୍ବର ଦାଶ ଓ ଅରବିନ୍ଦ ମହାପାତ୍ର  ପ୍ରମୁଖ ଏଥିରେ ଯୋଗଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଉମାକାନ୍ତ ସାମନ୍ତରାୟ, ଜ୍ୟୋତିର୍ମୟୀ ମହାପାତ୍ର, ମମତା ମହାପାତ୍ର , ଗୀତାଞ୍ଜଳି ମହାପାତ୍ର, ଦିଲ୍ଲୀପ ପଟ୍ଟନାୟକ, ଚିତ୍ତରଞ୍ଜନ ଜେନା, ନଳିନୀକାନ୍ତ ପାତ୍ର ଓ ସଞ୍ଜୀବ ମହାପାତ୍ର  ପ୍ରମୁଖ ଏହା ପରିଚାଳନା କରିଥିଲେ । ଗୋପାଳକୃଷ୍ଣ ସେନାପତି ମଞ୍ଚରେ ସଂଯୋଜନା କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.