Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

୧୯୮୩ ବିଶ୍ୱକପରେ ଭାରତୀୟ କ୍ରିକେଟରଙ୍କୁ ମିଳୁଥିଲା ଦୈନିକ ମାତ୍ର ୨୦୦ ଟଙ୍କା ଭତ୍ତା, ପେ ସ୍ଲିପ୍‌ର ଜେରକ୍ସ ସେୟାର କଲେ ରମିଜ ରାଜା

27/07/2020 at 9:53 PM

ନୂଆଦିଲ୍ଲୀ, ୨୭|୦୭ :  ୧୯୮୩ ମସିହା ଜୁନ ୨୫ ତାରିଖରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଓ୍ୱେଷ୍ଟ ଇଣ୍ଡିଜକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ଲର୍ଡସ୍ ଗ୍ରାଉଣ୍ଡରେ କପିଲ୍ ଦେବ ଭାରତକୁ ଏହି ଅବିସ୍ମରଣୀୟ ବିଜୟ ଉପହାର ଦେଇଥିଲେ । ଇଂଲଣ୍ଡ ଓ ଓ୍ୱେଲସ୍ ଏହି ବିଶ୍ୱକପର ଆୟୋଜନ କରିଥିଲେ । ଏହି ମ୍ୟାଚରେ ଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ଦେଇଥିଲା  । ଭାରତ ୧୮୩ ରନର ଟାର୍ଗେଟ୍ ଦେଇଥିଲା । କିନ୍ତୁ ଇଣ୍ଡିଜ୍ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇ ମ୍ୟାଚ୍ ହାରିଥିଲା ।

କପିଲ ଦେବ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୦୩ ରନ୍ କରିଥିଲେ । ସେହିପରି ରଗର୍ ବେନି ୧୮ଟି ଓ୍ୱିକେଟ୍ ହାତେଇଥିଲେ । ତେବେ ରବିବାର ପାକିସ୍ତାନ ଦଳର ପୂର୍ବତନ ଖେଳାଳି ରମିଜ୍ ରାଜା ଏହି ମ୍ୟାଚର ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ସେତେବେଳେ ଭାରତୀୟ ଖେଳାଳିଙ୍କୁ ଦୈନିକ ୨୦୦ ଟଙ୍କା ଭତ୍ତା ମିଳୁଥିଲା । ମ୍ୟାଚ୍ ଫି ଥିଲା ୧୫୦୦ ଟଙ୍କା । ଏପରି ଭାବେ ମୋଟ୍ ୨୧୦୦ ଟଙ୍କା ପ୍ରଦାନ କରାଯାଇଥିଲା । ସେହି ସମୟରେ ୨୧୦୦ ଟଙ୍କା ବହୁତ ଅଧିକ ଥିଲା ।

ତେବେ ସେ ୧୯୮୬-୮୭ରେ ଯେତେବେଳେ ଭାରତ ଗସ୍ତରେ ଥିଲେ ତାଙ୍କୁ ପାକିସ୍ତାନୀ ଟଙ୍କା ହିସାବରେ ୫୫୦୦୦ ପିକେଆର ଦିଆଯାଉଥିଲା । ଏହି ଅର୍ଥରେ ସେ ଭାରତ ଗସ୍ତରେ ପାଞ୍ଚୋଟି  ଟେଷ୍ଟ ଓ ୬ଟି ଦିନିକିଆ ମ୍ୟାଚ ଖେଳିଥିଲେ । ଏହି ଅର୍ଥରାଶିର ଏକ ଡକ୍ୟୁମେଣ୍ଟର କପି ସେ ପାଇଥିଲେ । ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏବେ କିନ୍ତୁ ସମୟ ବଦଳିଛି । ବିସିସିଆଇ ବିଶ୍ୱର ସବୁଠାରୁ ଧନି କ୍ରିକେଟ ବୋର୍ଡ । ଅଧିନାୟକ ବିରାଟ କୋହଲିଙ୍କ ମୋଟ ସମ୍ପତି ହେଉଛି ୯୦୦ କୋଟିରୁ ଅଧିକ ।

   Related Posts