୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ : ୩୦୦ ମହିଳା ମିଶି ୭୨ ଘଣ୍ଟାରେ ତିଆରି କରିଥିଲେ ରାସ୍ତା... ଘଟଣା ମନେପକାଉଛି ବଲିଉଡ ଫିଲ୍ମ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬/୦୭ : ୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିଲା | ସେତେବେଳେ ୩୦୦ ମହିଳାଙ୍କ ଏକ ଗ୍ରୁପ ଏମିତି ଏକ କାମ କରିଥିଲେ ଯାହାଫଳରେ ଭାରତୀୟ ସେନାଙ୍କୁ ବହୁତ ସାହାଯ୍ୟ ମିଳିଥିଲା ଏବଂ ଏହା ଭବିଷ୍ୟତ ପିଢୀ ପାଇଁ ଏକ ପ୍ରେରଣା ମଧ୍ୟ | ୧୯୭୧ ମସିହା ଡିସେମ୍ବର ୮ ତାରିଖରେ ଗୁଜରାଟ କଛା ଜିଲ୍ଲା ନିକଟରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା | ଯୁଦ୍ଧରେ ପାକିସ୍ତାନ ଭାରତ ଉପରେ ୧୬ଟି ବୋମା ପକାଇ ସାରିଥିଲା | ଯାହାଫଳରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରିପ କ୍ଷତିଗ୍ରସ୍ତ ହୋଇଥିଲା | ବାୟୁସେନା ଏୟାର ଷ୍ଟ୍ରିପକୁ ଠିକ କରିବା ପାଇଁ ବିଏସଏଫକୁ ସାହାଯ୍ୟ ମାଗିଥିଲେ | ସେତେବେଳେ ଭୁଜ ଗ୍ରାମବାସୀ ନିଜ ଜୀବନକୁ ବାଜି ଲଗାଇ ସାମ୍ନାକୁ ଆସିଥିଲେ | ଏଥିରେ ୩୦୦ ମହିଳା ସାମିଲ ଥିଲେ |

{"id":296715,"width":568,"height":296,"sizeSlug":"large"}

ଟିମର ସଦସ୍ୟ ଥିବା ଜଣେ ମହିଳା ବଲବାନି ସେଘନୀ କହିଛନ୍ତି ଯେ, ୧୯୭୧ ଡିସେମ୍ବର ୯ ତାରିଖରେ ସେ ନିଜକୁ ସେନା ଭଳି ଅନୁଭୂତ କରିଥିଲେ | ସେତେବେଳେ ତାଙ୍କୁ ରାସ୍ତା ତିଆରି କରିବାକୁ କୁହାଯାଇଥିଲା | ପାକିସ୍ତାନ ତରଫରୁ ଲଗାତାର ଗୁଳି ବର୍ଷା ହେଉଥିଲା | କିନ୍ତୁ ଜଣେ ବି ମହିଳା ପଛକୁ ହଟିନଥିଲେ | ଟିମରେ ୩୦୦ ମହିଳା ଥିଲେ ଏବଂ ସେମାନେ ପାଇଲଟଙ୍କ ପାଇଁ ଏୟାର ଷ୍ଟ୍ରିପ ତିଆରି କରିବା ପାଇଁ ଘରୁ ବାହାରିଥିଲେ | ରାସ୍ତା ତିଆରି ବେଳେ ଯଦି ତାଙ୍କ ପ୍ରାଣ ଚାଲିଯାଇଥାନ୍ତା ତାହେଲେ ବି ତାଙ୍କୁ ଦୁଃଖ ହୋଇନଥାନ୍ତା ବୋଲି ସେ କହିଛନ୍ତି | ଦେଶ ପାଇଁ ଜୀବନ ଦେଇ ତାଙ୍କୁ ଗର୍ବ ଅନୁଭୂତ ହୋଇଥାନ୍ତା ବୋଲି ସେ କହିଛନ୍ତି |

{"id":296726,"sizeSlug":"large"}

ଗ୍ରାମବାସୀଙ୍କ ସହିତ ଆଇଏଏଫର ୫୦ ଅଧିକାରୀ ଓ ଡ଼ିଏସସିର ୬୦ ଯବାନ ମିଶି କାମ ସମ୍ପୂର୍ଣ୍ଣ କରିଥିଲେ | ପାକିସ୍ତାନର ଗୁଳି ବର୍ଷଣ ମଧ୍ୟରେ ରାସ୍ତା କାମ ସହଜ ନଥିଲା କିନ୍ତୁ ମହିଳାମାନେ ପଛକୁ ନ ହଟି ପୁରା ଜୋସରେ କାମ କରିଥିଲେ | ସେମାନେ ଅଫିସରଙ୍କ ନିର୍ଦେଶ ପାଳନ କରିଥିଲେ | ପାକ ବିମାନ ଆସିବା ସଂକେତ ମିଳିଲେ ସେନା ଅଧିକାରୀ ମହିଳାମାନଙ୍କୁ ସଚେତନ କରାଇ ଦେଉଥିଲେ |

{"id":296717,"sizeSlug":"large"}

ରାସ୍ତା କାମ ସମ୍ପର୍କରେ ପାକିସ୍ତାନକୁ ଖବର ହେବନାହିଁ ବୋଲି ମହିଳାମାନେ ତାକୁ ଗୋବରରେ ଢାଙ୍କି ଦେଇଥିଲେ | ରାସ୍ତା କାମ ପାଇଁ ୩ଦିନ ଲାଗିଥିଲା | ପ୍ରଥମ ଦିନ ମହିଳାମାନେ ଭୋକିଲା ପେଟରେ ଶୋଇଯାଇଥିଲେ | ଦ୍ୱିତୀୟ ଦିନ ତାଙ୍କୁ କିଛି ଫଳ ମିଳିଥିଲା | କାମ ସମୟରେ ରାତିରେ ମଧ୍ୟ ସେମାନେ ବଙ୍କରରେ ଶୋଉଥିଲେ | ଜଣେ ସାଧାରଣ ବ୍ୟକ୍ତି ପାଇଁ ଏସବୁ ସହଜ ନୁହେଁ | ଚତୁର୍ଥ ଦିନ ଏୟାର ଷ୍ଟ୍ରିପ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ଭାରତୀୟ ବାୟୁସେନା ଉଡାଣ ଭରିଥିଲା |

{"id":296719,"sizeSlug":"large"}
??????

ମହିଳାଙ୍କ ସାହସକୁ ଦେଖି ସରପଞ୍ଚ, ଜିଲ୍ଲା ଅଧିକାରୀ ଓ ଲୋକେ ଖୁବ ପ୍ରଶଂସା କରିଥିଲେ | ୩ ବର୍ଷ ପରେ ସେମାନଙ୍କୁ ଇନ୍ଦିରା ଗାନ୍ଧୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା | କିନ୍ତୁ ସେମାନେ ପୁରସ୍କାର ନେବା ପାଇଁ ମନା କରିଦେଇଥିଲେ | ସେ କହିଥିଲେ ଯେ ସେମାନେ ଏସବୁ ପୁରସ୍କାର ପାଇଁ ନୁହେଁ ଦେଶ ପାଇଁ କରିଛନ୍ତି | କିଛି ବର୍ଷ ପରେ ତାଙ୍କ ନାଁରେ ଗାଁରେ ସ୍ମାରକ ତିଆରି ହୋଇଥିଲା |

{"id":296722,"sizeSlug":"large"}

ଭୁଜର ଏହି ମହିଳାମାନଙ୍କଙ୍କ ବୀରତ୍ୱର କାହାଣୀକୁ ବଲିଉଡ ଅଭିନେତା ଅଜୟ ଦେବଗନ ଫିଲ୍ମ Bhuj: The Pride of India ନିର୍ମାଣ କରିବାକୁ ଯାଉଛନ୍ତି | ଫିଲ୍ମର ପୋଷ୍ଟର ୨୦୧୯ ରେ ରିଲିଜ ହୋଇଥିଲା | ଫିଲ୍ମରେ ଅଜୟ ଦେବଗନଙ୍କ ସହ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ଶରଦ କେଲକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି | ଫିଲ୍ମ ଖୁବ ଶୀଘ୍ର ବଡ ପରଦାରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.