Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦିଲ୍ଲୀରେ ୧୯୭୧ ଯୁଦ୍ଧ ବିଜୟ ଦିବସ : ଯୁଦ୍ଧରେ ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ; ସମାଜ ସେବା, ଟେଲିଭିଜନ୍ ଖବର ସମ୍ପାଦନା, ସମସ୍ୟାଭିତ୍ତିକ ଖବର ପ୍ରସାରଣ ପାଇଁ ନ୍ୟୁଜ୍ ସେଭେନ୍ ସମ୍ମାନିତ

17/12/2018 at 1:29 PM

ନୂଆଦିଲ୍ଲୀ ୧୭|୧୨:  ୧୯୭୧ ବିଜୟ ଦିବସର ୪୭ ତମ ବିଜୟ ବାର୍ଷିକୀ ଅବସରରେ ଭେଟେରାନ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରେ ୨ ଦିନିଆ କାର୍ଯ୍ୟକ୍ରମ । ଏହି ଅବସରରେ ସୈନିକମାନଙ୍କ ପାଇଁ କାମ କରିଥିବା ଦେଶର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଓଡିଶାର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍‌ ସେଭେନ୍‌ର ଏଡିଟର ଅର୍ଦ୍ଧେନ୍ଦୁ ଦାସଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନାର ଅନେକ କର୍ମଚାରୀ ଓ ପୂର୍ବତନ କର୍ମଚାରୀ ଯୋଗଦେଇଥିଲେ ।

ଭେଟରାନ୍ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରେ ୧୯୭୧ ବିଜୟ ଦିବସର ୪୭ତମ ବାର୍ଷିକ ଉତ୍ସବ । ଦିଲ୍ଲୀର ଏନସିସି ଅଡିଟୋରିୟମରେ ଆୟୋଜିତ ଏହି ୨ଦିନିଆ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ  ରାଜନାଥ ସିଂ ଯୋଗ ଦେଇଥିଲେ । ସୈନିକ ମାନଙ୍କ ପାଇଁ କାମ କରିଥିବା ଦେଶର ବ୍ୟକ୍ତି ବିଶେଷମାନଙ୍କୁ ଏଥିପାଇଁ ସମ୍ମାନିତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ସମାଜ ସେବା, ଟିଲିଭିଜନ୍ ଖବର ସମ୍ପାଦନା, ଲୋକଙ୍କ ସମସ୍ୟା ସହ ସେମାନଙ୍କ ସହ ଯୋଡି ହେବା ଭଳି ଖବର ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନ୍ୟୁଜ୍ ସେଭେନ୍ ର ଏଡିଡର ଅର୍ଦ୍ଧେନ୍ଦୁ ଦାସଙ୍କୁ ସମ୍ମାନିତ କରାଯାଇଛି ।  ଦେଶ ମାତୃକାର ସେବାରେ ନିୟୋଜିତ ସୈନିକମାନଙ୍କ ସଂପର୍କରେ ସ୍ବତନ୍ତ୍ର ନ୍ୟୁଜ୍ ପ୍ରସାରଣ କରି ନ୍ୟୁଜ୍ ସେଭେନ୍ ସୈନିକ ତଥା ସେମାନଙ୍କ ପରିବାରଙ୍କ ନିକଟରେ ବେଶ ଆଦୃତ ହୋଇପାରିଛି । ନ୍ୟୁଜ୍ ସେଭେନ୍ ର ଏଭଳି ଦେଶପ୍ରେମ କାର୍ଯ୍ୟକ୍ରମକୁ ଏୟାର ଭାଇସ୍ ମାର୍ସାଲ ଏସ.କେ. ଜିନ୍ଦଲ କହିଥିଲେ ।

ଭେଟେରାନ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଇଣ୍ଡିଆନ୍ ଆର୍ମି, ଏୟାର ଫୋର୍ସ ଓ ନେଭିର ପୂର୍ବତନ କର୍ମଚାରୀ ଯୋଗ ଦେଇଥିଲେ। ଦେଶ ମାତୃକାର ସେବାରେ ନିୟୋଜିତ ସୈନିକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ନ୍ୟୁଜ୍୭ରେ କାର୍ଯ୍ୟରତ ତ୍ରିନନ୍ଦନ ମିଶ୍ରଙ୍କୁ ଓଡିଶାର ୟୁଥ୍ ପ୍ରେସିଡେଣ୍ଟ କରାଯାଇ ସମ୍ମାନିତ କରାଯାଇଛି।

ଭେଟାରନ୍ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧ ବିଜୟୀ ଭେଟେରାନ୍ ସୈନିକ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା ।

   Related Posts