୧୯୭୧ ଭାରତ-ଇଣ୍ଡିଜ ଟେଷ୍ଟ୍: ଯେତେବେଳେ ଉଭୟ ଅଧିନାୟକ ଜିତିଥିଲେ ଟସ୍, ତାପରେ କଣ ହେଲା ?

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ, ୧୪|୦୪:  କ୍ରିକେଟ ଖେଳାଳି ଓ ଦଳର ଅଧିନାୟକମାନେ ସର୍ବଦା ଟସ୍ ଜିତିବା ପାଇଁ ଚାହିଁଥାନ୍ତି । ଟସ୍ ହାରିଲେ ବେଳେବେଳେ ମ୍ୟାଚ ମଧ୍ୟ ହାରିବାକୁ ପଡିଥାଏ । କିନ୍ତୁ ଏହି ଖବର ଟସ୍ ହାରିବା କିମ୍ବା ଜିତିବାକୁ ନେଇ ନାହିଁ । ଏହି ମ୍ୟାଚରେ ଉଭୟ ଦଳର ଅଧିନାୟକ ଟସ୍ ଜିତିଥିଲେ ।

୧୯୭୧ରେ ଭାରତୀୟ ଦଳ ଓ୍ୱେଷ୍ଟ୍ଇଣ୍ଡିଜ୍ ଗସ୍ତ କରିଥିଲା । ସିରିଜର ଦ୍ୱିତୀୟ ଟେଷ୍ଟରେ ଭାରତ କାରବିଆନ୍ ଦଳ ବିପକ୍ଷରେ ସୁନୀଲ ଗାଭାସ୍କର ପଦାର୍ପଣ କରିସାରିଥିଲେ । ଦଳକୁ ଲିଟିଲ୍ ମାଷ୍ଟର ମିଳି ସାରିଥିଲା । ଏହି ସିରିଜର ପ୍ରଥମ, ତୃତୀୟ ଓ ଚତୁର୍ଥ ଟେଷ୍ଟ୍ ଡ୍ର ରହିଥିଲା ।

{"id":253931,"width":754,"height":454,"sizeSlug":"large"}

ଏପ୍ରିଲ ୧୩ ତାରିଖରେ ଆରମ୍ଭ ହୋଇଥିବା ଏହି ସିରିଜର ଶେଷ ଟେଷ୍ଟ ମ୍ୟାଚରେ ଇଣ୍ଡିଜ୍ ହାରିବା ପାଇଁ ଚାହିଁ ନଥିଲା । ସେହି ସମୟରେ ଇଣ୍ଡିଜ୍ ଦଳର ଅଧିନାୟକ ଗୋରୀ ସୋବର୍ସ ଟସ୍ ହାରିବା ମଧ୍ୟ ପସନ୍ଦ କରୁନଥିଲେ । ସେହିପରି ଭାରତୀୟ ଦଳର ଅଧିନାୟକ ଓ୍ୱାଡେକର ମଧ୍ୟ ଟସ୍ ଜିତିବା ଲକ୍ଷ୍ୟରେ ଥିଲେ । ପ୍ରଥମ ମ୍ୟାଚରେ ସୋବର୍ସ ୧୭୮ ରନ ସ୍କୋର କରିଥିଲ । ଭାରତର ରୋହନ କହ୍ନାଇ ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ଏହି ମ୍ୟାଚରେ ଇଣ୍ଡିଜ ପ୍ରଥମ ବ୍ୟାଟିଂ କରିବା ଲକ୍ଷ୍ୟରେ ଥିଲା ।

ଟସ୍ ସମୟରେ ପୁରା ସିରିଜରେ ହେଡ୍ ଡାକୁଥିବା ସୋବର୍ସ ଟେଲ୍ ଡାକିଥିଲେ । ସେ ଓ୍ୱାଡେକରଙ୍କ କଲ୍ ଶୁଣିନଥିଲେ । ଟସ୍ ଟେଲ୍ ପଡିଥିଲା । ସେ ଟସ୍ ଜିତିଥିବା ଭାବିଥିଲେ । କିନ୍ତୁ ଟେଲ୍ ପଡିଥିବାରୁ ଓ୍ୱାଡେକର ମଧ୍ୟ ଖୁସି ହୋଇଯାଇଥିଲେ । ଯେତେବେଳେ କମେଣ୍ଟେଟେଟର୍ ଟସ୍ ଜିତିବା ପରେ କଣ କରିବ ବୋଲି ପ୍ରଶ୍ନ ପଚାରିଥିଲେ ଉଭୟ ଏକାସଙ୍ଗେ ବ୍ୟାଟିଂ କହିଥିଲେ ।

ଶେଷରେ ସୋବର୍ସ ଭାରତର କଥା ମାନିଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ସୋବର୍ସ ଓ୍ୱାଡେକରଙ୍କ କଥା କାହିଁକି ଶୁଣିଥିଲେ ତାହାର ଏକ କାରଣ ରହିଛି । ଓ୍ୱାଡେକର ସୋବର୍ସଙ୍କୁ ନିଜର ପ୍ରେରଣା ଭାବୁଥିଲେ । ତେଣୁ ସୋବର୍ସ ଭାରତକୁ ବ୍ୟାଟିଂ ଛାଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.