୧୯୬୨ ଭାରତ-ଚୀନ ଯୁଦ୍ଧରେ କେଉଁ କେଉଁ ଦେଶ ଦିଲ୍ଲୀ ସପକ୍ଷରେ ଥିଲେ ଏବଂ କେଉଁ ଦେଶ ଚୀନକୁ କରିଥିଲେ ସମର୍ଥନ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୦୬ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ଅଧିକାଂଶ ଦେଶର ପ୍ରତିକ୍ରିୟା ଭିନ୍ନ ଭିନ୍ନ ରହିଛି | କିଛି ଦେଶ ଭାରତ ସପକ୍ଷରେ ଛିଡା ହୋଇଥିବାବେଳେ କିଛି ଦେଶ ଚୀନ ସପକ୍ଷରେ ଛିଡା ହୋଇଛନ୍ତି | ଭାରତ ଚୀନ ମଧ୍ୟରେ ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ସମୟରେ ଭାରତକୁ ସେହି ଦେଶ ସବୁଠାରୁ ଅଧିକ ସାହାଯ୍ୟ କରିଥିଲା ଯାହାଠାରୁ ଭାରତ ଆଶା ମଧ୍ୟ ରଖିନଥିଲା | ୧୯୬୨ ମସିହାରେ ଭାରତ ଚୀନ ଯୁଦ୍ଧ ସମୟରେ ଦୁନିଆ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲା | ଗୋଟିଏ ଭାଗ ସୋଭିଏତ ସଙ୍ଘର ସାମ୍ୟବାଦୀ ଅଂଶ ଥିଲା ଏବଂ ଅନ୍ୟ ଭାଗ ଆମେରିକା ଏବଂ ମିତ୍ର ଦେଶମାନଙ୍କର ଥିଲା | ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଅଣ-ସମନ୍ୱିତ ଦେଶଗୁଡିକୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ | ଭାରତ ୫୦ ଦଶକର ଶେଷ ଆଡକୁ ସୋଭିଏତ ସଙ୍ଘ ଠାରୁ ମିଗ ବିମାନ କିଣିଥିଲା ଯାହାଫଳରେ ବ୍ରିଟେନ ରାଗିଯାଇଥିଲା |  

{"id":290487,"sizeSlug":"large"}

ଯୁଦ୍ଧ ପୂର୍ବରୁ ସୋଭିଏତ ସଙ୍ଘ ଭାରତ ସହ ଲଗାତାର ବନ୍ଧୁତା ଜାରି ରଖିଥିଲା କିନ୍ତୁ ଭାରତ ଓ ଚୀନ ଯୁଦ୍ଧ ଆରମ୍ଭ ହେଉ ହେଉ ତଟସ୍ଥ ହୋଇ ରହିଗଲା | ଭାରତକୁ ଆମେରିକା ଠାରୁ ଅସ୍ତ୍ର ଓ ସମର୍ଥନ ମିଳିଥିଲା | ଯେତେବେଳେ ଭାରତ ଚୀନ ଯୁଦ୍ଧ ହେଉଥିଲା ସେତେବେଳେ ସୋଭିଏତ ସଙ୍ଘ ଓ ଆମେରିକା ମଧ୍ୟରେ କ୍ୟୁବାକୁ ନେଇ ଜୋରଦାର ଟେନସନ ଚାଲିଥିଲା | ତଥାପି ମଧ୍ୟ ଆମେରିକା ଭାରତକୁ ସାହାଯ୍ୟ କରିଥିଲା | ସେତେବେଳେ ଆମେରିକା ରାଷ୍ଟ୍ରପତି ୭ଟି ବିମାନରେ କୋଲକାତାକୁ ଅସ୍ତ୍ର ପଠାଇଥିଲେ | ଆମେରିକା ପରଦା ପଛରେ ରହି ମଧ୍ୟ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲା | ଆମେରିକା ସୁନିଶ୍ଚିତ କରିଥିଲା ପାକିସ୍ତାନ ପଶ୍ଚିମ ପଟୁ ଭାରତ ଉପରେ ଆକ୍ରମଣ କରିବନାହିଁ | ସୋଭିଏତ ସଙ୍ଘ ଓ ଆମେରିକା ମଧ୍ୟରେ କ୍ୟୁବାକୁ ଟେନ୍ସନ ଚାଲିଥିଲା | ସୋଭିଏତ ସଙ୍ଘ କ୍ୟୁବାରେ ପରମାଣୁ ବିଜୁଳୀଘାର ସ୍ଥାପନା କରିବାକୁ ଚାହୁଁଥିଲା | କିନ୍ତୁ ଆମେରିକା ତାକୁ ବିରୋଧ କରିଥିଲା | ପରେ ଏହି ମାମଲା ଜାତିସଂଘରେ ପହଞ୍ଚିଥିଲା | ସେଠାରେ ଉଭୟ ଦେଶ ମଧ୍ୟରେ ଏକ ସହମତି ହୋଇଥିଲା |

{"id":290490,"sizeSlug":"large"}

ଯେତେବେଳେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା ସେତେବେଳେ ଚୀନ ଭାବୁଥିଲା ଯେ ଆମେରିକା ଓ ସୋଭିଏତ ସଙ୍ଘ ମଧ୍ୟରେ ଜଟିଳତା ରହିଛି | ସେଥିପାଇଁ ଆମେରିକା କିମ୍ବା ସୋଭିଏତ ସଙ୍ଘ କେହି ହେଲେ ଭାରତକୁ ସାହାଯ୍ୟ କରିବେନି | ତଥାପି ମଧ୍ୟ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ କେନେଡି ଭାରତ ପାଇଁ ସମୟ ବାହାର କରି ଯଥା ସମ୍ଭବ ସାହାଯ୍ୟ କରିଥିଲେ |

ଭାରତ ଉପରେ ଚୀନ ଆକ୍ରମଣ ପରେ ବ୍ରିଟେନରେ ତୁରନ୍ତ ସଂସଦୀୟ ବୈଠକ ଡକା ଯାଇଥିଲା | ଏହି ବୈଠକକୁ କ୍ୱିନ ଏଲିଜାବେଥ ଦ୍ୱିତୀୟ ସମ୍ବୋଧିତ କରିଥିଲେ | ସଂସଦର ଏକ ନୂଆ ଅଧିବେଶନରେ ନିଜର ଅଭିଭାଷଣ ରଖି ସେ ଭାରତକୁ ଚୀନ ଆକ୍ରମଣ ବିରୋଧରେ ସମର୍ଥନ କରିଥିଲେ | ସେ କହିଥିଲେ ଯେ ସଙ୍କଟ ସମୟରେ ବ୍ରିଟେନ ଭାରତ ସହିତ ଛିଡା ହୋଇଛି | ଯଦି ଭାରତ ଚାହିଁବା ତାହେଲେ ସେ ସାମରିକ ସାହାଯ୍ୟ ମଧ୍ୟ କରିବେ |

{"id":290491,"sizeSlug":"large"}

ଅଣ-ସମନ୍ୱିତ ଦେଶ ଭାରତ ସମର୍ଥନରେ ଛିଡା ହୋଇନଥିଲେ କିନ୍ତୁ ମିଶର ଓ ୟୁନାଇଟେଡ଼ ଆରବ ରିପବ୍ଲିକ ଭାରତକୁ ସମର୍ଥନ କରିଥିଲେ | ପରେ ୧୯୬୨ ମସିହା ଡିସେମ୍ବର ୧୦ ତାରିଖରେ ଅଣ-ସମନ୍ୱିତ ଦେଶ ଶ୍ରୀଲଙ୍କାରେ ଏକ ବୈଠକ କରିଥିଲେ ଏବଂ ଚୀନ ସେନାକୁ ୨୦ କିମି ପଛକୁ ଘୁଞ୍ଚିଯିବାକୁ ଅନୁରୋଧ କରିଥିଲେ |  ଠିକ ସେହିପରି ସୋଭିଏତ ସଙ୍ଘ ମଧ୍ୟ ଯୁଦ୍ଧରେ କାହା ପ୍ରତି ସମର୍ଥନ ଜାହିର କରିନଥିଲା କି କାହା ସପକ୍ଷରେ ଛିଡା ହୋଇନଥିଲା | ୫୦ ଦଶକରେ ସୋଭିଏତ ସଙ୍ଘ ଭାରତ ସହ ପ୍ରଗାଢ଼ ବନ୍ଧୁତା ସ୍ଥାପନ କରିଥିଲା | ସେତେବେଳେ ଭାରତ ସୋଭିଏତ ସଙ୍ଘ ଠାରୁ ମିଗ ବିମାନ କିଣିବାକୁ ନିଷ୍ପତ୍ତି ନେଇଥିଲା ଯେଉଁଥିପାଇଁ ଆମେରିକା ଓ ବ୍ରିଟେନ ରାଗି ଯାଇଥିଲେ | 

{"id":290493,"sizeSlug":"large"}

ସେତେବେଳେ ଭାରତ ସପକ୍ଷରେ ଅନେକ ଦେଶ ଛିଡା ହୋଇଥିଲେ | ଅଷ୍ଟ୍ରେଲିଆ, ସାଇପ୍ରସ, ଫ୍ରାନ୍ସ, ଜର୍ମାନୀ, ଦକ୍ଷିଣ କୋରିଆ, ଭିଏତନାମ, ନ୍ୟୁଜିଲାଣ୍ଡ, ମେକ୍ସିକୋ, କାନାଡ଼ା, ଜାପାନ, ଇରାନ, ହଲାଣ୍ଡ, ସ୍ୱିଡ଼େନ ଆଦି ଦେଶ ଭାରତ ସପକ୍ଷରେ ଥିଲେ |

ପାକିସ୍ତାନ ସେତେବେଳେ ମନିଶ୍ଚିତ ରୂପେ ଚୀନ ସପକ୍ଷରେ ଥିଲା କିନ୍ତୁ ଆମେରିକାର ଦାଖଲ ଯୋଗୁଁ ସେ କିଛି କରିପାରିନଥିଲା ଏବଂ ଚୁପ ହୋଇ ରହିଥିଲା | ସେତେବେଳେ ନେପାଳ ମଧ୍ୟ ଭାରତ ସପକ୍ଷରେ ଛିଡା ହୋଇଥିଲା | ନେପାଳ ଯୁଦ୍ଧରେ ଭାରତକୁ ସୈନ୍ୟ ସାହାଯ୍ୟ କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.