Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୂଜାରେ ଗଡ଼ିବ ୧୯୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌, ଜାରି ହେଲା ତାଲିକା

13/10/2020 at 7:26 PM

ନୂଆଦିଲ୍ଲୀ ୧୩/୧୦: ପୂଜାରେ ଗଡ଼ିବ ୧୯୬ ଯୋଡ଼ା ଟ୍ରେନ୍‌ । ଏନେଇ ଭାରତୀୟ ରେଲ୍‌ଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।  ୧୯୬ ଯୋଡ଼ା ଅର୍ଥାତ ୩୯୨ ଟ୍ରେନ୍‌ ସ୍ବତନ୍ତ୍ର ଟ୍ରେନ୍‌ର ଲିଷ୍ଟ ମଧ୍ୟ ଜାରି କରାଯାଇଛି। ଏହି ଟ୍ରେନ୍‌ ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଚଳାଚଳ କରିବ।

ତେବେ ଏହି ସବୁ ଟ୍ରେନ୍‌ଗୁଡ଼ିକ ୫୫ କିମି ପ୍ରତି ଘଣ୍ଟା ବେଗରେ ଗତି କରିବ ବୋଲି ଜଣାପଡ଼ିଛି। ବାକି ଟ୍ରେନ୍‌ ଭଳି ଏହି ସବୁ ସ୍ବତନ୍ତ୍ର ଟ୍ରେନ୍‌ର ଭଡ଼ା ରହିବ। ଅଧିକରୁ ଅଧିକ ଏଥିରେ ଏସି ୩ ଟାୟାର ବଗି ଲଗାଇବା ପାଇଁ ଭାରତୀୟ ରେଳ ନିଷ୍ପତ୍ତି ନେଇଛି।

ଫେଷ୍ଟିଭ୍‌ ସିଜନ୍‌ ଆରମ୍ଭ ହେବା ପୂର୍ବରୁ ରେଲ୍‌ଓ୍ବେ କେତେ ଟ୍ରେନ୍ ଚଳାଇବ ସେନେଇ ଚର୍ଚ୍ଚା ଚାଲିଥିଲା। ସେତେବେଳେ ୧୦୦ କିମ୍ବା ୧୫୦ ଟ୍ରେନ୍ ଚାଲିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବୋର୍ଡ ଚେୟାରମ୍ୟାନ୍‌ କହିଥିଲେ ପାଖାପାଖି ୨୦୦ ଟ୍ରେନ୍‌ ଚାଲିଛି। ଆଜି କିନ୍ତୁ ସ୍ପଷ୍ଟ ଜଣାପଡ଼ିଛି ଯେ, ୧୯୬ ଯୋଡ଼ା ଅର୍ଥାତ ୩୯୪ ଟ୍ରେନ୍‌ ଚଳାଚଳ କରିବ।

ଦେଖନ୍ତୁ ଲିଷ୍ଟ..

   Related Posts