ଆଜିବି ରନିଂ କଣ୍ଡିସନରେ ଅଛି ୧୯୫୭ ମସିହାର ଏହି ଟ୍ରାକ୍ଟର, ବିଲରେ କରୁଛି ହଳ

Published By : Prameya-News7 Bureau | February 23, 2021 IST

ଶାମଲୀ : ଉତ୍ତର ପ୍ରଦେଶ ଶାମଲୀ ଜିଲ୍ଲା ଭେଁସୱାଲ ଗାଁର ଜନୈକ ଚାଷୀଙ୍କ ଟ୍ରାକ୍ଟର  ଅନ୍ୟ ଟ୍ରାକ୍ଟର ମାଲିକଙ୍କ ଲାଗି ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଏହି ଟ୍ରାକ୍ଟରଟି ଦେଶର ଉଦ୍ୟୋଗ କ୍ରାନ୍ତିର ଅନେକ ପୂର୍ବରୁ ଚାଷୀଙ୍କ ପୂର୍ବଜ କିଣିଥିଲେ। ହେଲେ ଆଜିବି ଟ୍ରାକ୍ଟରଟି କେବଳ ସଚଳ ନାହିଁ କାମଦାମ ମଧ୍ୟ କରିପାରୁଛି। ଏହି ଟ୍ରାକ୍ଟରଟିକୁ ଚାଷୀ ବିନୟ ପାଲ ବେଶ ଯତ୍ନର ସହ ରଖିଥିବା ବେଳେ ଦୂରଦୂରାନ୍ତରୁ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି।

ଏହି ଟ୍ରାକ୍ଟରଟି ୧୯୫୭ ମସିହାର। ସେତେବେଳେ ଦେଶରେ ହଳ ଲଙ୍ଗଳ ଆଗକୁ ଚାଷୀ ଅଧିକ କିଛି ଚିନ୍ତା କରିପାରୁନଥିଲେ। ଦେଶରେ ମଧ୍ୟ ଟ୍ରାକ୍ଟର କାରଖାନା ନଥିଲା। ବିଦେଶରୁ ଆମଦାନୀ ହୋଇଥିବା ଏହି ଟ୍ରାକ୍ଟରକୁ ବିନୟ ପାଲଙ୍କ ପିତା ୧୨ ହଜାର ଟଙ୍କାରେ ମିରଟରୁ କିଣି ଗାଁକୁ ଆଣିଥିଲେ। ସେତେବେଳେ ଟ୍ରାକ୍ଟରଟି ଚାଷୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରୁଥିଲା।

{"id":413664,"sizeSlug":"large","linkDestination":"none"}

କ୍ରମଶଃ ଟ୍ରାକ୍ଟରର ଯନ୍ତ୍ରାଂଶ ଭାରତରେ ମିଳିବା ବନ୍ଦ ହୋଇଯାଇଥିଲା। ହେଲେ ବି ପିତାଙ୍କ ସନ୍ତକ ଭାବେ ଚାଷୀ ବିନୟ ପାଲ ଏହାକୁ ସଯତ୍ନରେ ସାଇତି ରଖିଛନ୍ତି। ତେବେ ଟ୍ରାକ୍ଟରଟି ଖାଲି ଛଡା ହୋଇ ରହିନି। ଚାଷୀଙ୍କ ଛୋଟମୋଟ ଚାଷ କାମ ଓ ପଶୁଙ୍କ ଖାଦ୍ୟ ପ୍ରସ୍ତୁତିରେ ସହାୟକ ହେଉଥିବା ବେଳେ ଚାଷୀ ଗୋଟିଏ ହ୍ୟାଣ୍ଡଲରେ ଏହାକୁ ଷ୍ଟାର୍ଟ କରିପାରୁଛନ୍ତି।

ଏହାର ଗିୟରବକ୍ସ ଯନ୍ତ୍ରାଂଶ ଆଉ ମିଳୁନି। ଏଣୁ ଟ୍ରାକ୍ଟରକୁ ଚାଷୀ ଭିଡ କାମରେ ଲଗାଇ ପାରୁନାହାନ୍ତି। ତଥାପି ସ୍ୱାଧୀନୋତ୍ତର ଭାରତର ଅଗ୍ରଣୀ ଚାଷୀଙ୍କ ଟ୍ରାକ୍ଟର ଏବେବି ଲୋକଙ୍କ ଆକର୍ଷଣର କେନ୍ଦ୍ର ରହିଛି। ଟ୍ରାକ୍ଟର ଯେତେବେଳେ ଗାଁକୁ କିଣା ହୋଇ ଆସିଲା ଦୂରଦୂରାନ୍ତରୁ ଲୋକେ ଏହାକୁ ଦେଖିବାକୁ ଗାଁକୁ ଆସୁଥିଲେ। ଟ୍ରାକ୍ଟର ଏବେ ପୁରୁଣା ହୋଇଗଲାଣି ତଥାପି ଏହାକୁ ଦେଖିବାକୁ ବୈଷୟିକ ବିଦ୍‌ମାନେ ଦୂରଦୂରାନ୍ତରୁ ବିନୟ ପାଲଙ୍କ ଘରକୁ ଆସୁଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.