ଦେଶରେ କରୋନାର ଦୈନିକ ସଂକ୍ରମଣରେ ବଡ଼ଧରଣ ହ୍ରାସ, ଗତ ୨୪ ଘଣ୍ଟାରେ ୧୯୫୫୬ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨।୧୨ : କରୋନା ଭାଇରସର ସଂକ୍ରମଣ ସଂଖ୍ୟା ଏବେ ଲଗାତର ଭାବେ କମିବାରେ ଲାଗିଛି । ଲଗାତର ଭାବେ ହ୍ରାସ ପାଇବାର ଲାଗିଛି । ଗତ ୨୪ଘଣ୍ଟାର ୧୯,୫୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହି ସଂଖ୍ୟା ହ୍ରାସ ପାଇଛି । ସେହିପରି ଦେଖିବାକୁ ଗଲେ ଦେଶରେ ଆକ୍ଟିଭ୍ କେସ୍‌ ୩ଲକ୍ଷ ତଳକୁ ଖସିଛି । ଦେଶରେ ୯୬ଲକ୍ଷ ଉପରେ ରହିଛି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୯,୫୫୬ ନୂଆ କରୋନା ସଂକ୍ରମିଚ ଚିହ୍ନଟ ହୋଇଥିବା ବେଳେ ୩୦୧ଜଣ ମୃତ୍ୟୁ ହୋଇଛି । ଦେଶରେ ଏବ ମୋଟ ୧,୦୦,୭୫,୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ଦେଶରେ ଏବେ ମୃତକଙ୍କ ସଂଖ୍ୟା ୧,୪୬,୧୧୧ରେ ପହଞ୍ଚିଛି ।  

ତେବେ ଦେଶରେ ଲଗାତର ଭାବେ କରୋନା ଆକ୍ଟିଭ୍ କେସ୍‌ ସଂଖ୍ୟା କମିବାରେ ଲାଗିଛି । ଏବେ ଯାଏଁ ୯୬, ୩୬,୪୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ମୋଟ ୨,୯୨,୫୧୮ରେ ପହଞ୍ଚିଛି ।  କୋଭିଡ଼-୧୯ ସକ୍ରିୟ କେସ୍‌  ଓ ସଂକ୍ରମଣ ମୁକ୍ତ ସଂଖ୍ୟାରେ ବଡ଼ ଅନ୍ତର ରହିଛି । କରୋନା ବିରୋଧରେ ଚାଲିଥିବା ଲଢେଇରେ ଦେଶବାସୀ ଦୃଢତାର ଲଢୁଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.