ଗତମାସ ଠାରୁ ସୁନାଦର ଆଜି ପ୍ରତି ୧୦ ଗ୍ରାମ ୧୯୫୦ ଟଙ୍କା ହ୍ରାସ ପାଇଛି

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ - ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁନା ଦର ପ୍ରତି ୧୦ ଗ୍ରାମ ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ଏହା ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା  ମାତ୍ର ଗତମାସର ସର୍ବାଧିକ ସ୍ତର ପରଠାରୁ ସୁନାଦର ଆଜି ୧୯୫୦ ଟଙ୍କା କମ ରହିଛି।

ମନିକଣ୍ଟ୍ରୋଲର ଖବର ଅନୁସାରେ ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସଟେଞ୍ଜରେ ସୁନାଦର ଗତମାସଠାରୁ ପ୍ରାୟ ୦.୩୫ ପ୍ରତିଶତ ହ୍ରାସ ପାଇଛି ।

ଦିଲ୍ଲୀରେ ଏମ୍‌ସିଏକ୍ସରେ ସୁନାଦର ୩୮,୦୬୨  ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

ଗତମାସ ପ୍ରଥମ ସପ୍ତାହରେ ସୁନାଦର ୪୦ହଜାର ଟଙ୍କା ପାର କରିଥିଲା । ପ୍ରତି ୧୦ ଗ୍ରାମ ଏହା ପ୍ରାୟ ୧୯୫୦ ଟଙ୍କା ହ୍ରାସ ପାଇଛି ।  ସେହିପରି ରୂପାଦର କିଲୋ ପ୍ରତି ଦର ୦.୭ ପ୍ରତିଶତ ହ୍ରାସ ପାଇ ୪୫,୨୨୮ ଟଙ୍କାରେ ପହଞ୍ଚିଛି ।

ଏବେ ବିଶ୍ୱରେ ଆମେରିକା ଓ ଚୀନର ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ତୃତୀୟ ତ୍ରୈମାସିକରେ ମାନ୍ଦାବସ୍ଥାର ପ୍ରଭାବ ପଡିଛି । ଚୀନ୍‌ର ଜିଡିପି ହ୍ରାସ ପାଇଛି ।

ସେହପରି ୟୁରୋପରେ ବ୍ରେକ୍ସିଟର ପ୍ରଭାବ ରହିଛି । ୟୁକେର ସଂସଦ ବ୍ରିଟେନକୁ ୟୁରୋପ ୟୁନିଅନ୍‌ର ବହାରିଯିବା ପାଇଁ ଦିଆଯାଇଥିବା ପ୍ରସ୍ତାବ କୁ ସମର୍ଥନ କରିଛି ।

ଏଥିପାଇଁ ସାରା ବିଶ୍ୱରେ ଏବେ ସୁନା ଓ ରୂପାର ଚାହିଦା ଉପରେ ଏହାର  ପ୍ରଭାବ ରହୁଛି  ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.