ରାଜ୍ୟରେ ଚିହ୍ନଟ ହେଲେ ୧୯୩୧ କରୋନା ସଂକ୍ରମିତ, ୨୭୪୧୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | October 21, 2020 IST

ଭୁବନେଶ୍ବର ୨୧।୧୦: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୧୮୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୨୦ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୮୧୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨୦ଜଣ, ବାଲେଶ୍ୱର ଜିଲ୍ଲାରୁ ୭୩ଜଣ, ବରଗଡ଼ ଜିଲ୍ଲାରୁ ୬୬ଜଣ, ଭଦ୍ରକ ଜିଲ୍ଲାରୁ ୬୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୪ଜଣ, ବୌଦ୍ଧ ଜିଲ୍ଲାରୁ ୭ଝଣ, କଟକ ଜିଲ୍ଲାରୁ ୧୫୩ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୨୭ଜଣ. ଜଗତସିଂହପୁର ଜିଲ୍ଲାରୁ ୭୮ଜଣ, ଯାଜପୁର ଜିଲ୍ଲାରୁ ୬୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୫ଜଣ, କନ୍ଧମାଳ ଜିଲ୍ଲାରୁ ୬୧ଜଣ, କେନ୍ଦୁଝର ଜିଲ୍ଲାରୁ ୬୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୭୩ଜଣ, କୋରାପୁଟ ଜିଲ୍ଲାରୁ ୨୯ଜଣ, ମାଲକାନଗିରି ଜିଲ୍ଲାରୁ ୩୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୨ଜଣ, ନୟାଗଡ଼ା ଜିଲ୍ଲାରୁ ୨୩ଜଣ, ନୂଆପଡ଼ା ଜିଲ୍ଲାରୁ ୪୩ଜଣ, ପୁରୀ ଜିଲ୍ଲାରୁ ୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ଜଣ, ସୋନପୁର ଜିଲ୍ଲାରୁ ୩୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୪ଜଣ, ଷ୍ଟେଟ ପୁଲ୍‌ରୁ ୫୧ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୪୧୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୦୭୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫୨୧୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୧୫୯୩୯୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.