୨୪ ଘଣ୍ଟାରେ ରେକର୍ଡ : କରୋନା ସଂକ୍ରମଣରୁ ଭଲ ହେଲେ ୧୯୨୭, ଏବେ ୫୦ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

Published By : Prameya-News7 Bureau | August 21, 2020 IST

ଭୁବନେଶ୍ଵର ୨୧।୦୮: ଦିନ ଗଡିବା ସହିତ ରାଜ୍ୟରେ କରୋନା ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଟେଷ୍ଟିଂ ସଂଖ୍ୟା ବଢିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ସେହି ପରି ସଂକ୍ରମିତଙ୍କ ସହ ତାଳଦେଇ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା କାଳରେ ଆଜି ରାଜ୍ୟ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ୫୦ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା। ଗୋଟିଏ ଦିନରେ ସର୍ବାଧିକ ୧୯୨୭ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟକାରୀଙ୍କ ସଂଖ୍ୟା ୫୦,୫୦୩ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୧୯୨୭ ଆରୋଗ୍ୟକାରୀଙ୍କ ମଧ୍ୟରୁ ସର୍ବାଧିକ ସୁସ୍ଥ ଖୋର୍ଦ୍ଧା ଜିଲ୍ଲାରେ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୪୬, ଗଞ୍ଜାମ ଜିଲ୍ଲାରୁ ୧୯୦, ନୟାଗଡ ଜିଲ୍ଲାରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସେହି ପରି ବଲାଙ୍ଗିରରୁ ୭୫, ଯାଜପୁରରୁ ୭୪, ବାଲେଶ୍ଵରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡିରୁ ୨୧,ସମ୍ବଲପୁରରୁ ୨୧ ଜଣ, କେନ୍ଦ୍ରାପଡାରୁ ୧୯, କେନ୍ଦୁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬ ଓ ଅନୁଗୁଳରୁ ୫ ଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ଏହି ପରି ପୂରା ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୯୨୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ  ସୁସ୍ଥଙ୍କ ସଂଖ୍ୟା ୫୦,୫୦୩ରେ ପହଞ୍ଚିଛି। ଏହି ପରି ଗତ ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.