କମିଲା ପୁଣି ସଂକ୍ରମଣ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୯୨୭ କରୋନା ପଜିଟିଭ୍

Published By : Prameya-News7 Bureau | July 21, 2021 IST

ଭୁବନେଶ୍ୱର ୨୧।୦୭ : ଜୁନ ପରେ ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୯୯୮୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୧୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୫ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୧ଜଣ, ବରଗଡ଼ ଜିଲ୍ଲାରୁ ୨୭ଜଣ, ଭଦ୍ରକ ଜିଲ୍ଲାରୁ ୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ, ବୌଦ୍ଧ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୨୪୮ଜଣ, ଦେଓଗଡ଼ ଜିଲ୍ଲାରୁ ୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୫ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୧୦ଜଣ, ଜଗତସିଂହପୁର ଜିଲ୍ଲାରୁ ୯୧ଜଣ, ଯାଜପୁର ଜିଲ୍ଲାରୁ ୧୨୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮ଜଣ, କଳାହାଣ୍ଡି ଜିଲ୍ଲାରୁ ୭ଜଣ, କନ୍ଧମାଳ ଜିଲ୍ଲାରୁ ୧୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୩ଜଣ, କେନ୍ଦୁଝର ଜିଲ୍ଲାରୁ ୩୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୯୮ଜଣ, କୋରାପୁଟ ଜିଲ୍ଲାରୁ ୮ଜଣ, ମାଲକାନଗିରି ଜିଲ୍ଲାରୁ ୧୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ଜଣ, ନୟାଗଡ଼ ଜିଲ୍ଲାରୁ ୬୪ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୦୩ଜଣ, ରାୟଗଡ଼ା ଜିଲ୍ଲାରୁ ୨୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୩ଜଣ, ସୋନପୁର ଜିଲ୍ଲାରୁ ୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୮ଜଣ, ଷ୍ଟେଟ ପୁଲ୍‌ରୁ ୧୦୦ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୯୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୬୮୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୩୫୦୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫୨୭୮୩୯୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.