Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

୨୪ ଘଣ୍ଟାରେ ଆରୋଗ୍ୟ ହୋଇ ଘରକୁ ଫେରିଲେ ଆଉ ୧୯୦୮ ସଂକ୍ରମିତ

29/10/2020 at 8:45 PM

ଭୁବନେଶ୍ଵର ୨୯।୧୦: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ କମିବାରେ ଲାଗିଛି। ଅକ୍ଟୋବର ପହିଲାରୁ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୧୯୦୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟକାରୀଙ୍କ ସଂଖ୍ୟା ୨, ୭୨, ୦୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ଗୁରୁବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଏହି ପରି ସୁନ୍ଦରଗଡ ଜିଲ୍ଲାରୁ ୧୭୦, ଅନୁଗୁଳରୁ ୧୨୬, କେନ୍ଦ୍ରାପଡାରୁ ୧୦୨, କଟକରୁ ୧୦୦, ବଲାଙ୍ଗୀରରୁ ୯୬, ବାଲେଶ୍ଵରରୁ ୮୯, ମୟୂରଭଞ୍ଜରୁ ୮୦, କଳାହାଣ୍ଡିରୁ ୭୬, ଜଗତସିଂହପୁରରୁ ୭୩, ନୂଆପଡାରୁ ୬୮, ଝାରସୁଗୁଡାରୁ ୫୫, ଢେଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହି ପରି ନବରଙ୍ଗପୁରରୁ ୪୫, ସମ୍ବଲପୁରରୁ ୪୫, କନ୍ଧମାଳରୁ ୪୨, କେନ୍ଦୁଝରରୁ ୪୨, ବରଗଡରୁ ୩୭, ସୋନପୁରରୁ ୩୭, ମାଲକାନଗିରିରୁ ୩୫, ରାୟଗଡାରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨, ନୟାଗଡରୁ ୩୦, ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫ ଓ ଦେବଗଡରୁ ୪ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ  ଆଉ ୧୬୧୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୭, ୦୯୯ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୯୭ରେ ପହଞ୍ଚିଛି।

   Related Posts