Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପାରମ୍ପରିକ ଅଲିମ୍ପିକର ଆଧୁନିକ କାୟାକଳ୍ପ ହୋଇଥିଲା ବ୍ରିଟେନରେ, ଷ୍ଟାଡିୟମକୁ ଆସିଥିଲେ କିଙ୍ଗ ଏଡୱାର୍ଡ-୭

18/07/2021 at 7:51 PM

ଆଉ ଦିନ କେଇଟା ପରେ ଉଦଘାଟିତ ହେବ ଟୋକିଓ ଅଲିମ୍ପିକ୍‌। କ୍ରିଡାରେ ଋଚି ରଖୁଥିବା ଲୋକଙ୍କ ଲାଗି ଅଲମ୍ପିକକୁ ବାସ୍ତବିକ ମହାକୁମ୍ଭ କୁହାଯାଇପାରେ। ତେବେ ଅଲିମ୍ପିକର ଇତିହାସ ବେଶ ପ୍ରାଚୀନ। ଏଣୁ ଅଲମ୍ପିକ ଇତିହାସର କିଛି ରୋଚକ ତଥ୍ୟ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଆମର ଏହି ପ୍ରୟାସ। ଏଥିରେ ଆସନ୍ତୁ ମନେପକାଇବା ୧୯୦୮ରେ ଅନୁଷ୍ଠିତ ହୋଇଥିବା ଲଣ୍ଡନ ଅଲିମ୍ପିକ୍‌ କଥା।

ଅଲମ୍ପିକ୍‌ ତ ଅନେକ ବର୍ଷରୁ ଅନୁଷ୍ଠିତ ହୋଇ ଆସୁଥିଲା, ହେଲେ ଏବେକା ପରି ଆୟୋଜନ ହେଉ ନଥିଲା। ୧୯୦୮  ଅଲମ୍ପିକ ଆୟୋଜନ  ରୋମ କରିବାର ଥିଲା। ତେବେ ୧୯୦୬ ମସିହାରେ ବିସୁଭିୟସ ଆଗ୍ନେୟଗିରିରେ ଭୀଷଣ ଉଦଗିରଣ ଓ ତତ୍ ଜନିତ ପ୍ରାକୃତିକ ବିତ୍ପାତରେ ନେପଲସ୍ ସହର ସମ୍ପୂର୍ଣ୍ଣ ଧ୍ୱଂସ୍ତ ହୋଇଥିଲା। ଗୁରୁତର ଆର୍ଥିକ ସଂକଟ ରୋମ ଆଗରେ ଅଲମ୍ପିକ ଆୟୋଜନ ନିମନ୍ତେ ବାଧକ ଭାବେ ଉଭା ହୋଇଥିଲା। ଏଣୁ ଆୟୋଜନ ବ୍ରିଟେନ ଉପରେ ନ୍ୟସ୍ତ ହୋଇଥିଲା।

ଲଣ୍ଡନ ଅଲିମ୍ପିକ ୧୮୮ ଦିନ ଧରି ଚାଲିଥିଲା। ଏପ୍ରିଲ ୨୭ ତାରିଖରେ ରାକେଟ୍‌ ପ୍ରତିଯୋଗୀତାରୁ ଆରମ୍ଭ ହୋଇଥିବା କ୍ରିଡାର ମହାକୁମ୍ଭ ଜୁଲାଇ ୧୩ ବେଳକୁ ଉଦଘାଟିତ ହୋଇପାରିନଥିଲା। ହକି ମ୍ୟାଚ୍ ସହ ୩୧ ଅକ୍ଟୋବରରେ ଅଲମ୍ପିକର ଉଦଯାପିତ ହୋଇଥିଲା। ଏହା ପୂର୍ବରୁ ଅନେକ ଅଲିମ୍ପିକ ଅନୁଷ୍ଠିତ ହୋଇସାରିଥିଲା। ହେଲେ ଲଣ୍ଡନ ଅଲିମ୍ପିକ କ୍ରିଡାକୁ ଏକ ନୂଆ ପରିପାଟି ଦେଇଥିଲା। ଏହି କ୍ରିଡା ମହୋତ୍ସବ ପ୍ରଥମ ଥର ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା।

ହ୍ୱାଇଟ୍‌ ସିଟି ଷ୍ଟାଡିୟମ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଯେଉଁଠି ଦୌଡ ପ୍ରତିଯୋଗୀତା ଲାଗି କେବଳ ରେସ୍ ଟ୍ରାକ୍‌ ନୁହେଁ ସନ୍ତରଣ ଲାଗି ସ୍ୱିମିଂପୁଲ ସମେତ ସାଇକେଲ ପ୍ରତିଯୋଗୀତା  ନିମନ୍ତେ ଓଭାଲ ଷ୍ଟାଡିୟମ ସହ କୁସ୍ତି ଓ ଜିମ୍ନାଷ୍ଟ ଲାଗି ମଞ୍ଚ ମଧ୍ୟ ଥିଲା। ଏଠାରେ ପ୍ରଥମ ଥର ସନ୍ତରଣ ପ୍ରତିଯୋଗୀତା କୌଣସି ମୁକ୍ତ ନଦୀ ଅଥବା ଜଳ ସ୍ରୋତରେ ନୁହେଁ ୬୬ ହଜାର ଦର୍ଶକ ବସି ଦେଖିପାରୁଥିବା ଭଳି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ବେଳେ ଲୋକେ ପ୍ରଥମ ଥର ତାଙ୍କ ଦେଶର ପ୍ରତିଯୋଗୀଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।

ବ୍ରିଟେନ ଏପର୍ଯ୍ୟନ୍ତ ବିଶ୍ୱରେ ଅନୁଷ୍ଠିତ ହୋଇଆସିଥିବା ଅଲିମ୍ପିକର କାୟା କଳ୍ପ କରିଦେଇଥିଲା। କ୍ରିଡାକୁ ନୂଆ ସମ୍ମାନ ଦେଇଥିଲା। ଏଠାରେ ପ୍ରଥମ ଥର ପ୍ରତିଯୋଗୀମାନେ ସେମାନଙ୍କ ଜାତୀୟ ଧ୍ୱଜ ପଛରେ ପ୍ୟାରେଡ କରିବା ବିଶ୍ୱରେ ଅଲିମ୍ପିକ କ୍ରିଡାକୁ ସମ୍ମାନର ନୂଆ ଉଚ୍ଚତା ପ୍ରଦାନ କରିଥିଲା। ସେହିପରି ବ୍ରିଟେନ ମହାରାଜା କିଙ୍ଗ ଏଡୱାର୍ଡ ସପ୍ତମ ପ୍ରଥମ ଥର ରାଷ୍ଟ୍ର ମୁଖ୍ୟ ଭାବେ ଆୟୋଜନ ସ୍ଥଳ ପରିଦର୍ଶନ କରିବା ପ୍ରତିଯୋଗୀଙ୍କୁ ବେଶ୍ ଉତ୍ସାହିତ କରିଥିଲା।

ଏହି ଅଲିମ୍ପିକରେ ପ୍ରଥମ ଅଶ୍ୱେତ ଖେଳାଳି ଜନ ଟେଲର ଅଲମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ହୋଇଥିଲେ। ସେ ଆମେରିକାର ୪ଗୁଣା ୪୦୦ ମିଟର ସ୍ୱର୍ଣ୍ଣ ପଦକ ବିଜେତା ଟିମ୍‌ର ସଦସ୍ୟ ଥିଲେ। ପ୍ରଥମ ଥର ଏହି ଅଲିମ୍ପିକରେ ପୁରୁଷଙ୍କ ୧୦୦ ମିଟର ଦୌଡ ପ୍ରତିୟୋଗୀତା କ୍ରିଡାରେ ସାମିଲ ହୋଇଥିଲା। ସେତେବେଳେ ଏହାକୁ ଡିୟର କମ୍ପିଟେସନ କୁହାଯାଇଥିଲା। ଯେଉଁଥିରେ ଧାବକଙ୍କୁ ଲକ୍ଷଭେଦ ମଧ୍ୟ କରିବାକୁ ପଡୁଥିଲା। ଏହିଠାରେ ହିଁ ରିଲେ ଦୌଡର ଶୁଭାରମ୍ଭ କରାଯାଇଥିବା ବେଳେ ପ୍ରଥମ ଥର ଅଲିମ୍ପିକ ରିଲେ ନାମକରଣ କରାଯାଇଥିଲା। ଖେଳାଳିମାନେ ୨୦୦, ୪୦୦ ଓ ୮୦୦ ମିଟର ଦୌଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ।  

   Related Posts