ଭୟଙ୍କର ହେଲାଣି କରୋନା : ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍

Published By : Prameya-News7 Bureau | February 25, 2021 IST

ମୁମ୍ବାଇ,୨୫/୦୨:  ଦେଶର ଅନେକ ରାଜ୍ୟରେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଓ୍ୱାସିମ୍ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ରହୁଥିବା ୧୯୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ରିସୋଡ୍ ତହସିଲର ଦେଗାଁଓ ସ୍ଥିତରେ ଥିବା ଆଶ୍ରମ ସ୍କୁଲରେ ପିଲାଙ୍କ ପଢିବା ସହ ରହଣୀ ବ୍ୟବସ୍ଥା ରହିଛି । ହଷ୍ଟେଲରେ ରହୁଥିବା ୧୯୦ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରୀ ଅମରାବତୀରୁ ଆସିଥିଲେ । ମହାରାଷ୍ଟ୍ରରେ କରୋନା ଭାଇରସର ଦ୍ୱିତୀୟ ଲହରୀ ମଧ୍ୟ ଅମରାବତୀରୁ ଆରମ୍ଭ ହୋଇଥିଲା । ଏଠାରେ ମାର୍ଚ୍ଚ ୧ ଯାଏଁ ଲକଡାଉନ୍ ଲାଗୁ ହୋଇଛି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮୮୦୭ ନୂଆ କେସ୍ ସାମ୍ୱାକୁ ଆସିଛି । ଏହା ଅକ୍ଟୋବର ୧୮ ପରେ ସର୍ବାଧିକ ଦୈନିକ ମାମଲା । ଏହାସହ ୨୪ ଘଣ୍ଟାରେ ୮୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ଆତଙ୍କ ଖେଳିଯାଇଛି । ପୂର୍ବରୁ କର୍ଣ୍ଣାଟକ ଓ ଗୁଜୁରାଟ ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲଗାଇଛନ୍ତି । ବିଦର୍ଭରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଉଛି । ପରିସ୍ଥିତିକୁ ନଜରରେ ରଖି ଶିରିଡି ସାଇ ବାବା ମନ୍ଦିରକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.