Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ତେଲେଙ୍ଗାନାରେ ୧୯୦ ମରକଜ୍ ଫେରନ୍ତାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ, ଚିନ୍ତାରେ ସରକାର

4/04/2020 at 11:52 AM

ହାଇଦ୍ରାବାଦ, ୦୪|୦୪:  ଦେଶ ଏବେ କରୋନା ଭାଇରସର ସଙ୍କଟ ମଧ୍ୟରେ ଗତି କରୁଛି । ଏହି ବିପଦଜ୍ଜନକ ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀର ତବଲୀଗୀ ଜମାତ ମରକଜରୁ ଫେରିଥିବା ସଦସ୍ୟଙ୍କୁ ଯାଂଚ କରାଯାଉଛି ।

ତେଲଙ୍ଗାନାକୁ ମରକଜରୁ ପ୍ରାୟ ୧୦୩୦ ଜଣ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୯ରେ ପହଁଚିଛି । ଯେଉଁଥିରୁ ୮୨ ପ୍ରତିଶତ ସଂକ୍ରମିତ ତବଲୀଗୀରୁ ଫେରିଥିଲେ । ଯାହାକୁ ନେଇ ସରକାର ଚିନ୍ତାରେ ପଡିଛନ୍ତି ।

ଏହା ମଧ୍ୟରୁ ଅଧିକାଂଶ ସଂକ୍ରମିତ ତବଲୀଗୀରୁ ଫେରିଛନ୍ତି । ତେବେ ପ୍ରାୟ ୫୦୦ ଜଣଙ୍କ ରିପୋର୍ଟ ଆସିନାହିଁ । ସେହିପରି ରବିବାର ରଙ୍ଗାରେଡ୍ଡିରେ ଜଣେ ମହିଳା କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ତେବ ରାଜ୍ୟର ୩୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି ।

ଶୁକ୍ରବାର ତେଲେଙ୍ଗାନାରେ ଗୋଟିଏ ଦିନରେ ୭୫ଟି ପଜିଟିଭ ମାମଲା ଆସିଥିଲା । ହାସହ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ମୃତକଦ୍ୱୟ ତବଲୀଗୀ ଜମାତରୁ ଫେରିଥିଲେ ।

ସୂଚନାଯୋଗ୍ୟ, ତବଲୀଗୀରେ ସାମିଲ ହୋଇଥିବା ୯୬୦ ବିଦେଶୀଙ୍କୁ ଗୃହ ମନ୍ତ୍ରାଳୟ ବ୍ଲାକ୍ ଲିଷ୍ଟେଡ୍ କରିଦେଇଛି । ଏହାସହ ସମସ୍ତଙ୍କ ଭିସା ମଧ୍ୟ ରବ୍ଦ କରିଦେଇଛି । କାରଣ ସମସ୍ତେ ପର୍ଯ୍ୟଟକ ଭିସାରେ ଆସି ଏଠାରେ ଧର୍ମ ପ୍ରଚାର କରୁଥିଲେ ।

   Related Posts