ଦୁର୍ଘଟଣାଗ୍ରସ୍ତ ଗାଡି ସହ ଅନ୍ୟ ଏକ ଗାଡିରୁ ୧୯୦କେଜି ଗଞ୍ଜେଇ ଜବତ

Published By : Prameya-News7 Bureau | March 14, 2019 IST

ବିଷମକଟକ ୧୪|୩ : ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ପେଟ୍ରୋଲିଂ କରିବା ସମୟରେ ଜେଲ୍ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।  ସେହି ସମୟରେ ଅନ୍ୟ ଏକ ମେକ୍ସମ ଗାଡି ଦ୍ରୁତ ଗତିରେ ଯାଉଥିବାରୁ ସନ୍ଦେହ କରି ପୋଲିସ ପିଛା କରିଥିଲା । ଗାଡିକୁ ଅଟକାଇ ଯାଞ୍ଚ କରିଥିବା ବେଳେ ସେହି ଗାଡିରୁ ମଧ୍ୟ ଗଞ୍ଜେଇ ଜବତ ହୋଇଥିଲା । ଉଭୟ ଗାଡିରୁ ପ୍ରାୟ ୧୯୦ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏଥିରେ କୌଣସି ଗଞ୍ଜେଇ ମାଫିଆଙ୍କୁ ଗିରଫ କରିନଥିବା ବେଳେ ସଂପୃକ୍ତ ଗାଡି ମାଲିକ ଦୁଇ ଜଣଙ୍କୁ ଆଣି ପୋଲିସ ପଚରା ଉଚରା ଜାରି ରଖିଛି । ବିଷମକଟକ ଥାନାରେ କେଶ ନମ୍ବର ୨୮ ଓ ୨୯ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.