୧୪ ଦିନ ପରେ ଶ୍ରୀନଗରରେ ଖୋଲିଲା ୧୯୦ରୁ ଅଧିକ ପ୍ରାଇମେରୀ ସ୍କୁଲ
19/08/2019 at 12:55 PM

ଶ୍ରୀନଗର ୧୯|୮: ୧୪ ଦିନ ପରେ ଆଜି କଡା ସୁରକ୍ଷା ଭିତରେ ଶ୍ରୀନଗରରେ ୧୯୦ରୁ ଅଧିକ ପ୍ରାଇମେରୀ ସ୍କୁଲ ଖୋଲିଛି । ଆଜିଠୁ ଶ୍ରୀନଗରରେ ସରକାରୀ ଅଫିସ ମଧ୍ୟ ଖୋଲୁଛି । ଧାରା ୩୭୦ ହଟାଯିବା ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଥିଲା। ଆଜି ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବଡ ଆହ୍ବାନ। ସ୍ଥିତିରେ ସୁଧାର ଆସିଲେ ବାକି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ ବୋଲି କହିଛି ରାଜ୍ୟ ପ୍ରଶାସନ।
ତେବେ ଅନ୍ୟ ଶିକ୍ଷାନୁଷ୍ଠାନ ଓ କଲେଜଗୁଡିକ ଆଉ କିଛି ଦିନ ପରେ ଖୋଲିବ ବୋଲି ଜଣାପଡିଛି । ଏପଟେ ବେଶ୍ କିଛି ଦିନ ଧରି ସ୍ଥିତି ସ୍ବାଭାବିକ ରହିବାପରେ ଗତକାଲି ଜାମ୍ମୁର କିଛି ଅଞ୍ଚଳରେ ପୁଣି ହିଂସା ଦେଖାଦେଇଛି। ପଥର ଫିଙ୍ଗାଳି ସୁରକ୍ଷା କର୍ମୀଙ୍କ ଉପରେ ଢେଲାମାଡ ସହ ଇଣ୍ଟରନେଟରେ ମିଥ୍ୟା ଖବର ପ୍ରଚାର ପରେ ରାଜ୍ୟ ପ୍ରଶାସନ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଛି। ଘାଟିର ଜମ୍ମୁ,କଠୁଆ,ଉଦ୍ଦମପୁର,ରିୱାରୀରେ ମୋବାଇଲ ଓ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଇବା ନିଷ୍ପତ୍ତି ନେଇଛି ରାଜ୍ୟ ପ୍ରଶାସନ।