Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

୭୫ କିଲୋମିଟର ସାଇକେଲ ଯାତ୍ରା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପରୀକ୍ଷାର୍ଥୀ, ଦେଲେ ପରୀକ୍ଷା

3/09/2020 at 10:42 AM

କଲିକତା ୦୩/୦୯- ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ଅସାଧ୍ୟକୁ ମଧ୍ୟ ସାଧ୍ୟ କରିପାରେ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ୧୯ ବର୍ଷୀୟ ଛାତ୍ର ଦିଗନ୍ତ ମଣ୍ଡଳ। ଜେଇଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଦିଗନ୍ତ ୭୫ କିିମ ବାଟ ସାଇକ୍ଲିଂ କରିଛନ୍ତି। କେବଳ ସେ ଏକା ନୁହନ୍ତି ସାଥିରେ ଥିଲେ ତାଙ୍କ ବାପା ରବି। ଅର୍ଥାତ୍ ତାଙ୍କ ବାପା ମଧ୍ୟ ସେତିକି ବାଟ ସାଇକ୍ଲିଂ କରିଛନ୍ତି। ସୁନ୍ଦରବନର ଗୋସବାରୁ ସୁବରବ ସହରରେ ପହଞ୍ଚିବା ପାଇଁ ବାପ-ପୁଅ ୬ ଘଣ୍ଟା କାଳ ସାଇକ୍ଲିଂ କରିଛନ୍ତି। ବୁଧବାର ସକାଳୁ ସେ ସାଇକେଲ ଚଳାଇଥିଲେ। ତା’ପରେ ଦୁହେଁ ୨୦ କିମି ବାଟ ବସ୍ ଯୋଗେ ଅତିକ୍ରମ କଲେ ଜେଇଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ। ପଶ୍ଚିମ ବଙ୍ଗରେ ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩୩ ପ୍ରତିଶତ ଥିବା ବେଳେ ଦ୍ବିତୀୟ ଦିନରେ ପହଞ୍ଚିଲା ୭୦ ପ୍ରତିଶତରେ।

ଦିଗନ୍ତ ମଣ୍ଡଳଙ୍କ ବାପା ରବି ଜଣେ ବଢ଼େଇ। ପ୍ରଥମେ ମଙ୍ଗଳବାର ସକାଳ ୬ଟାରୁ ବାପ ପୁଅ ଦୁହେଁ ସାଇକେଲରୁ ଯାତ୍ରା ଅାରମ୍ଭ କଲେ। ଏହା ପରେ ବିଦ୍ୟାଧରୀ ନଦୀକୁ ସେମାନେ ଡଙ୍ଗାରେ ପାର୍ କଲେ। ସେଇଠୁ ସେମାନେ ୪ ଘଣ୍ଟା ସାଇକ୍ଲିଂ କରି ସମ୍ପର୍କୀୟ ପିଅାଲି ଗାଁରେ ପହଞ୍ଚିଲେ। ସେଠାରେ ଗୋଟିଏ ରାତି ବିଶ୍ରାମ ନେଇ ବୁଧବାର ସକାଳେ ରବି ସାଇକେଲ ଚଳାଇଥିଲେ। ବାପା ସାଇକେଲ୍ ଚଳାଇବା ବେଳେ ପୁଅ ପଛରେ ବସି ବାଟ ଯାକ ପଢ଼ି ପଢ଼ି ଗଲେ। ଦୁହେଁ ସକାଳ ୯ଟା ସୁଦ୍ଧା ପହଞ୍ଚିଲେ ସୋନପୁରରେ। ସେଠାରେ ସାଇକେଲ ରଖି ଅଟୋରେ ଗାରିଅା ପର୍ଯ୍ୟନ୍ତ ଗଲେ। ସେଠାରୁ ଦୁଇଟି ବସ୍ ବଦଳାଇ ସଲ୍ଟ ଲେକ୍ ସେକ୍ଟର ଭି ପରୀକ୍ଷା କେନ୍ଦ୍ରରେ ୧୧ଟା ସୁଦ୍ଧା ପହଞ୍ଚିଲେ। ପରୀକ୍ଷା ୩ଟାରେ ଅାରମ୍ଭ ହେବାର ଥିଲା।

ଦିଗନ୍ତ କହନ୍ତି ‘‘ଯଦିଓ ଏ ଯାତ୍ରା ଅାଦୌ ସହଜ ନ ଥିଲା। ମାତ୍ର ଦୁଇ ବର୍ଷ ହେବ ମୁଁ ଜେଇଇ ପାଇଁ ପ୍ରସ୍ତୁତି କରି ଅାସୁଛି। ସେଥିପାଇଁ ପରୀକ୍ଷାକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲି।’’  ଦିଗନ୍ତ ଗତବର୍ଷ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖିଥିଲେ। ଖାଲ ଢ଼ିପ ରାସ୍ତାରେ ଯାତ୍ରା କରିବା ଯଦିଓ କଷ୍ଟକର ଥିଲା କିନ୍ତୁ ପୁଅର ଇଚ୍ଛା ଶକ୍ତି ଅାଗରେ ଏହା କିଛି ନୁହେଁ ବୋଲି ରବି କହିଛନ୍ତି। ଏହା ଛଡା ରବିଙ୍କ ମନରେ କରୋନା ସଂକ୍ରମଣ ଭୟ କେଉଁଠି ନା କେଉଁଠି ରହିଥିଲା।

ଦିଗନ୍ତଙ୍କ ପରି ମହାମାରୀକୁ ସାମ୍ନା କରିବା ସହ ଗମନାଗମନ ସୁବିଧା ନ ଥିବା ସତ୍ତେ୍ବ ପରୀକ୍ଷା କେନ୍ଦ୍ରରେ ଅାହୁରି କିଛି ପିଲା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ପହଞ୍ଚିଛନ୍ତି।

   Related Posts