ଗୁଜୁରାଟ ଚାଲାଣ ବେଳେ ଉଦ୍ଧାର ହେଲେ ୧୯ ଯୁବକ- ଯୁବତୀ
18/07/2019 at 10:27 AM

ଗୁଆହାଟୀ ୧୮/୭: ଆସାମ ପୋଲିସ୍ ବଙ୍ଗାଇ ଗାଁ ମାନବ ଚାଲାଣ ମାମଲାରେ ବଡ଼ ସଫଳତା ହାସଲ କରିଛି। ପୋଲିସ୍ ଗୁପ୍ତ ସୂଚନା ଆଧାରରେ ଏଠାକାର ରେଲଓ୍ବେ ଷ୍ଟେସନରେ ଅଭିଯାନ ଚଳାଇଛି ଯେଉଁଥିରେ ୧୯ଜଣ ଯୁବକ ଯୁବତୀଙ୍କୁ ଚାଲାଣ କରି ନେଇ ଯାଉଥିବାବେଳେ ଧରାଯାଇଛି। ଚାଲାଣକାରୀଙ୍କଠାରୁ ଏମାନଙ୍କୁ ଛଡ଼ାଯାଇଛି ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଏବଂ ନାବାଳିକା ଅଟନ୍ତି।
ଏମାନଙ୍କୁ ନିଉ ବଙ୍ଗାଇ ଗାଁରୁ ଚାଲାଣ କରାଯାଇ ଓଖା ଏକ୍ସପ୍ରେସ୍ ଜରିଆରେ ଗୁଜୁରାଟ ନିଆଯାଉଥିଲା। ଧରା ପଡ଼ିବା ପରେ ଚାଲାଣର ଶିକାର ହୋଇଥିବା ଲୋକମାନେ କହିଥିଲେ ଯେ ସେମାନଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ଗୁଜୁରାଟ ନିଆଯାଉଥିଲା।
ଏତେ ବଡ଼ ଘଟଣା ସାମନାକୁ ଆସିବା ପରେ ପୋଲିସ୍ ଗମ୍ଭୀର ହୋଇଯାଇଥିଲା ଏବଂ ଏହି ସ୍ଥାନଗୁଡ଼ିକରେ ମଧ୍ୟ କଡ଼ା ନଜର ରଖାଯାଉଥିଲା।
ଉତ୍ତର-ପୂର୍ବ ରାଜ୍ୟରୁ ଚାକିରୀର ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ନେଇଯିବା ଘଟଣା ପୂର୍ବରୁ ମଧ୍ୟ ସାମନାକୁ ଆସିଛି। କିନ୍ତୁ ପ୍ରଶାସନ ଏବଂ ପୋଲିସ୍ ଏବେ ଆହୁରି ସତର୍କତାର ସହିତ କାମ କରୁଛି।