ଯବାନଙ୍କ ୧୯ ବର୍ଷ ବୟସ୍କା ପତ୍ନୀ ପଙ୍ଖାରେ ରଶି ଲଗାଇ କଲେ ଆତ୍ମହତ୍ୟା..

Published By : Prameya-News7 Bureau | July 27, 2019 IST

ପଠିଣ୍ଡା୨୭|୭: ପଠିଣ୍ଡା ସେନା ଶିବିରରେ ରହୁଥିବା ଜଣେ ଯବାନଙ୍କ ପତ୍ନୀ ମାନସିକ ଭାରସାମ୍ୟ ହରାଇ ଫଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକଙ୍କ ସଂପର୍କୀୟଙ୍କ କହିବାନୁସାରେ ପୋଲିସ ୧୭୪ ଧାରାରେ ତଦନ୍ତଜାରି ରଖିଛି।

ମୃତ ମହିଳାଙ୍କ ପୋଷ୍ଟମର୍ଟମ ପରେ ଶବ ସଂସ୍କାର ପାଇଁ ପରିବାର ଲୋକଙ୍କୁ ପୋଲିସ ମୃତ ଶରୀର ହସ୍ତାନ୍ତର କରିଛି। ତଦନ୍ତ ଆଧିକାରୀ ବିଷ୍ଣୁ ଦାସଙ୍କ କହିବାନୁଯାୟୀ, ମୃତକ ହେଉଛନ୍ତି ସାଓ୍ବାତି ଯାଦବ ।ତାଙ୍କ ବୟସ ମାତ୍ର ୧୯ବର୍ଷ । ତାଙ୍କ ସ୍ବାମୀଙ୍କ ନାଁ ରହୁଲ ଯାଦବ। ସେ ଏକୁଟିଆ ଥିବା ସମୟରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଯେତେବେଳେ ତାଙ୍କ ସ୍ବାମୀ କାମସାରି ଘରକୁ ଫେରିଥିଲେ ପତ୍ନୀଙ୍କ ମୃତ ଦେହ ଫ୍ୟାନରେ ଝୁଲୁଥିବା ଦେଖିଥିଲେ। ସେ ତୁରନ୍ତ ପୋଲିସକୁ ଖରବ ଦେବା ସହ  ତାଙ୍କୁ ଆର୍ମି ହସ୍ପିଟାଲକୁ ନେଇଥିଲେ। ଆର୍ମି ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.