୧୯ ବର୍ଷର ସୁମନକୁ ବିବାହିତା ମହିଳା ସାରିକା ପ୍ରଥମେ ଭାଇ ବୋଲି ସମ୍ବୋଧନ କରୁଥିଲା, ଆଉ ତାପରେ ହେଲା ପ୍ରେମ : କିନ୍ତୁ ସୁମନ କାହିଁକି କଲା ଆତ୍ମହତ୍ୟା…ଜାଣନ୍ତୁ

Published By : Prameya-News7 Bureau | November 03, 2018 IST

କୋଲକାତା ୩/୧୧ : ଅଳ୍ପ ବୟସରେ ଅବୁଝା ହୋଇ ଅନୈତିକ ସମ୍ପର୍କ ରଖିବା ହେଲା କାଳ | ବୟସ ମାତ୍ର ୧୯ ବର୍ଷ । ବଡ ଭଉଣୀର ଶାଶୂଘରେ ଜଣେ ବିବାହିତା ମହିଳାଙ୍କ ସହ ତାର ହୋଇଥିଲା ପ୍ରେମ । ଆଉ ଏହାପରେ ପ୍ରେମ କାହାଣୀର ଘଟିଥିଲା ଭୟଙ୍କର ପରିଣତି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ | ପଶ୍ଚିମବଙ୍ଗର ବିଷ୍ଣୁର ଅଂଚଳର ୧୯ ବର୍ଷ ବୟସ୍କ ଏହି ଅବୋଧ ପ୍ରେମିକ ତାର ବୟସ୍କା ପ୍ରେମିକାର ଅତ୍ୟାଚାର ସହିନପାରି କରିଛି ଆତ୍ମହତ୍ୟା । ୧୯ ବର୍ଷ ବୟସ୍କ ସୁମନ ମଣ୍ଡଳଙ୍କ ବଡ ଭଉଣୀର ବାହାଘର ଦକ୍ଷିଣ ୨୪ ପ୍ରଗଣା ଅନ୍ତର୍ଗତ ମହେସତାଲା ଅଂଚଳରେ ହୋଇଥିଲା | ବାହାଘର ପରେ ସୁମନ ଭଉଣୀ ଘରକୁ ଯିବାଆସିବା କରନ୍ତି | ୟା ଭିତରେ ସାରିକା ଜାନା ନାମକ ଜଣେ ବିବାହିତା ମହିଳାଙ୍କ ସହ ସୁମନର ଦେଖା ସାକ୍ଷାତ ହୋଇଥିଲା | ସାରିକା ସୁମନଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲା | ଧୀରେ ଧୀରେ ଉଭୟଙ୍କ ସମ୍ପର୍କ ଗଭୀର ହେବାରେ ଲାଗିଲା | ଭାଇ ଭଉଣୀରୁ ଦୁହେଁ ହୋଇଗଲେ ପ୍ରେମିକ ପ୍ରେମିକା  | ଏହାପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ  ହୋଇଥିଲା | ସାରିକା ଏସବୁ ନିବିଡ ମୁହୂର୍ତ୍ତର ଫଟୋ ଉଠେଇ ରଖୁଥିଲା | ଏମିତି ବହୁତ ଦିନ ଯାଏଁ ଚାଲିଲା | ତା' ଭିତରେ ଉଭୟଙ୍କ ସମ୍ପର୍କ ଅତି ନିବିଡ ହୋଇଯାଇଥିଲା ଏବଂ ସେମାନେ ପରସ୍ପରଙ୍କୁ ବିବାହ କରିବାକୁ ଚାହିଁଲେ | ଆଉ ସାରିକା ସୁମନଙ୍କୁ ଟଙ୍କା ମାଗିବା ମଧ୍ୟ ଆରମ୍ଭ କରିଦେଇଥିଲେ | କେବଳ ଟଙ୍କା ନୁହେଁ,  ସୁମନକୁ ବାହାଘର ପାଇଁ ବି ଜବରଦସ୍ତି କରିବା ଆରମ୍ଭ କଲା | ସୁମନ କିନ୍ତୁ ସାରିକାକୁ ବିବାହ କରିବାକୁ ଚାହୁଁନଥିଲା | ସୁମନ ବାହାଘର ପ୍ରସ୍ତାବରେ ଅରାଜି ହେବାର ସହ ଏଥିରେ ଭୟଭୀତ ହୋଇ ସାରିକାଠୁ ଦୂରେଇଯିବାକୁ ଚାହିଁଥିଲା । ହେଲେ ସାରିକା ସେମାନଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ଦେଖାଇ ସୁମନକୁ ବ୍ଲାକମେଲିଂ କରୁଥିଲେ | ଏହି ବିଷୟରେ କାହାକୁ କହିଲେ ତାଙ୍କ ଫଟୋ ସବୁ ଇଣ୍ଟରନେଟରେ ଭାଇରାଲ କରିଦେବେ ବୋଲି କହି ତାଙ୍କୁ ସବୁ କଥାରେ ଚୁପ କରାଇ ଦେଉଥିଲା | କିଛିଦିନ ଯାଏ ବାଧ୍ୟବାଧକତାରେ ସୁମନ ଆଉ ସାରିକାଙ୍କ ମିଳାମିଶା ଚାଲିଲା ସିନା ସୁମନ କିନ୍ତୁ ଭୀଷଣ ଭାବେ ଭୟଭୀତ ହୋଇ ରହୁଥିଲା ।  |ସୁମନର ଭୟରୁ ଫାଇଦା ଉଠାଇଲା ସାରିକା ଆଉ ତାକୁ ବାଧ୍ୟ କରିଥିଲା ଘଟ ଭଡା ନେଇ ତା ସହ ରହିବା ପାଇଁ । ଆଉ ସୁମନ ମଧ୍ୟ ବାଧ୍ୟ ପ୍ରେମିକ ଭଳି ସେୟା କରିଥିଲା । ସାରିକା ସୁମନଙ୍କ ସହ ଏକ ଘର ଭଡା ନେଇ ତାଙ୍କ ସହିତ ରହୁଥିଲେ | ସୁମନଙ୍କ ପଇସାରେ ଅୟସ କରୁଥିଲେ ସାରିକା | ସବୁବେଳେ ସୁମନକୁ ପଇସା ମାଗୁଥିଲା ସେ | ଥରେ ସାରିକା ସୁମନଙ୍କୁ ୫ ହଜାର ଟଙ୍କା ମାଗିଲା । ହେଲେ ଏଥର ସୁମନ କିନ୍ତୁ ମନା କରିଦେଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ସାରିକା ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ସମସ୍ତ ଫଟୋ ଇଣ୍ଟରନେଟରେ ଭାଇରାଲ କରିଦେଇଥିଲା | ଇଣ୍ଟରନେଟରେ ଦୁହିଁଙ୍କ ଫଟୋ ଭାଇରାଲ ପରେ ରାତାରାତି ଉଭୟଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିଗଲେ | ଫଟୋ ଭାଇରାଲ ହେବା ପରେ ପଡୋଶୀ ଲୋକେ ସୁମନର ମଜାକ ଉଡେଇବା ଆରମ୍ଭ କରିଦେଲେ | ଲୋକଲଜ୍ଜା ସହିନପାରି ଶେଷରେ ସୁମନ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲା | ଘରଠୁ କିଛି ଦୂରରେ ଥିବା ଏକ ବଗିଚାରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା | ସୁମନର ମୃତ୍ୟୁ ପରେ ତାଙ୍କ ପରିବାରଲୋକେ ସାରିକା ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ସୁମନଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.