୧୯ ବର୍ଷୀୟ ଯୁବତୀଙ୍କୁ ବନ୍ଧକ ରଖି ୮ ଦିନ ଯାଏଁ ଗଣଦୁଷ୍କର୍ମ, ୯ଜଣଙ୍କ ବିରୋଧରେ ମାମଲା: କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

Published By : Prameya-News7 Bureau | October 07, 2020 IST

ଚୁରୁ ୦୭/୧୦ : ରାଜସ୍ଥାନରେ ଗଣଦୁଷ୍କର୍ମ ମାମଲା ଥମିବାର ନାଁ ନେଉନାହିଁ। ଚୁରୁ ଜିଲ୍ଲାରେ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି। ଗଣଦୁଷ୍କର୍ମ ମାମଲାରେ ୯ ଯୁବକ ସାମିଲ ଅଛନ୍ତି ବୋଲି କୁହାଯାଉଛି। ଅଭିଯୁକ୍ତମାନେ ୮ ଦିନ ଯାଏଁ ପୀଡିତାଙ୍କୁ ଚୁରୁର ରାଜଗଡ, ଜୟପୁର ଓ ସିକରରେ ବନ୍ଧକ କରି ଗଣଦୁଷ୍କର୍ମ କରିଥିଲେ।

ରାଜ୍ୟରେ ଦିନକୁ ଦିନ ବଢୁଥିବା ଦୁଷ୍କର୍ମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗହଲୋଟ ସରକାରଙ୍କୁ ଟାର୍ଗେଟ କରି ଏହାକୁ ଜଙ୍ଗଲରାଜର ସ୍ଥିତି ବୋଲି କହିଛନ୍ତି। ପୀଡିତାଙ୍କ ରିପୋର୍ଟରେ ରାଜଗଡ ପୋଲିସ ବିକ୍ରମ ପୁନିଆ, ଦେବେନ୍ଦ୍ର ପୁନିଆ, ବଣ୍ଟି, ରାହୁଲ, ଶୁଭମ, ହେମନ୍ତ, ମୁକେଶ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଧାରାରେ ମାମଲା ରୁଜ୍ଜୁ କରିଛି | ପୋଲିସ ପୀଡିତାଙ୍କୁ ରାଜଗଡ଼ ରାଜକୀୟ ହସ୍ପିଟାଲରେ ମେଡିକାଲ ଯାଞ୍ଚ କରାଇଛି।

wp:core-embed/twitter {"url":"https://twitter.com/VasundharaBJP/status/1313139907179634689","type":"rich","providerNameSlug":"twitter","className":""}
https://twitter.com/VasundharaBJP/status/1313139907179634689
/wp:core-embed/twitter

ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ରାଜଗଡ଼ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ସେପ୍ଟେମ୍ବର ୨୪ ତାରିଖରେ ସେ ନିଜ ଗାଁରୁ ରାଜଗଡ଼ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ତାକୁ ବିକ୍ରମ ମିଳିଥିଲା। ବିକ୍ରମକୁ ସେ ଆଗରୁ ଚିହ୍ନିଥିଲେ। ବିକ୍ରମ ଏସଏସସି ଫର୍ମ ଭରିବା ବାହାନାରେ ଏକ କାରରେ ବସାଇଥିଲା। କାରରେ ଦେବେନ୍ଦ୍ର ଓ ଆଉ ଦୁଇଜଣ ଥିଲେ। ବିକ୍ରମ ପୀଡିତାଙ୍କୁ ରାଜଗଡ଼ରେ ହିଁ ଏକ ଘରକୁ ନେଇଯାଇଥିଲା। ସେଠାରେ ୪ଜଣ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ମଧ୍ୟ ନେଇଥିଲେ। ଅଭିଯୁକ୍ତମାନେ ପୀଡିତାଙ୍କୁ ପାଟି ନ କରିବାକୁ ଡରାଇ ଧମକାଇଚୁପ କରାଇଥିଲେ। ଅଭିଯୁକ୍ତମାନେ ଯୁବତୀଙ୍କୁ ନିଶା ଦ୍ରବ୍ୟ ଖୁଆଇ ବେହୋସ ମଧ୍ୟ କରିଦେଇଥିଲେ। ଯେତେବେଳେ ତାଙ୍କୁ ହୋସ ଆସିଥିଲା ସେ ନିଜକୁ ଏକ କୋଠରୀରେ କଏଦ ଥିବା ପାଇଥିଲେ। ସେଠାରେ ଆଉ ୪ ଯୁବକ ପୂର୍ବରୁ ଥିଲେ। ସେମାନେ କହିଥିଲେ ବିକ୍ରମ ତାଙ୍କୁ ଏଠାରେ ଛାଡି ଯାଇଛି ଏବଂ ଜୟପୁରର ଏକ ହୋଟେଲରେ ଅଛି। ସେମାନେ ମଧ୍ୟ ଯୁବତୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ମୁକେଶ ତାଙ୍କୁ ସପ୍ତାହେ ଯାଏଁ ବନ୍ଧକ କରି ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଇ ଯୁବତୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲା।

ଏହାପରେ ଯୁବତୀଙ୍କୁ ସିକର ନିକଟସ୍ଥ ଏକ ଗାଁକୁ ନେଇଯାଇଥିଲେ। ଅକ୍ଟୋବର ୧ ତାରିଖରେ ପୋଲିସ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅଭିଯୁକ୍ତମାନେ ଯୁବତୀଙ୍କୁ ଧମକ ଦେଇଥିଲେ ଯେ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କଲେ ସେମାନେ ଭିଡିଓ ଭାଇରାଲ କରିଦେବେ ଓ ପରିବାର ଲୋକଙ୍କୁ ଜୀବନରେ ମାରିଦେବେ। ବଦନାମ ଭୟରେ ସେ ଚୁପ ଥିଲେ ପୀଡିତା ରିପୋର୍ଟରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.