ବିକାଶ ସ୍କୁଲରେ ୩ ଦିନରେ ୧୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍, ବନ୍ଦ ହେଲା ହଷ୍ଟେଲ

Published By : Prameya-News7 Bureau | September 07, 2021 IST

ବରଗଡ ୭।୯: ବରଗଡ ଜିଲ୍ଲାରେ କରୋନା ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ସରକାରଙ୍କ ଗାଇଡଲାଇନ୍ ଅନୁଯାଇ ସ୍କୁଲ କଲେଜଗୁଡିକ ଖୋଲାଯାଇଛି । ତେବେ ବରଗଡର ବିକାଶ ସ୍କୁଲରେ ଏବେ ୩ ଦିନ ମଧ୍ୟରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଏବେ ବରଗଡ଼ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିକାଶ ସ୍କୁଲର ହଷ୍ଟେଲକୁ ବନ୍ଦ କରାଯାଇଥିବା ବେଳେ କରୋନାରେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏବେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କୁହାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ୩୦ ହଜାର ୯୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ହଜାର ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ୪୯ ଜଣ କରୋନା ସକ୍ରିୟ କେଶ ରହିଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.