'ଉମ୍ପନ' ପାଇଁ ଏସ୍‌ଆର୍‌ସିଙ୍କ ଉଣେଇଶି ପଏଣ୍ଟ: ୪ଟି ଜିଲ୍ଲା ଅଧିକ ମାତ୍ରାରେ ହୋଇପାରେ ପ୍ରଭାବିତ

Published By : Prameya-News7 Bureau | May 17, 2020 IST

ଭୁବନେଶ୍ବର୧୭/୫:୧- ବାତ୍ୟା ଭୀଷଣ ସାମୁଦ୍ରିକ ଝଡ଼ରେ ପରିବର୍ତ୍ତନ ହୋଇଛି।

୨- ପାରାଦ୍ୱୀପ ଠାରୁ ୯୮୦ କିମି ଦୂରରେ ରହିଛି।

୩- ବିଳମ୍ବିତ ରାତିରେ ଏହା ରିକର୍ଭ କରିବ।

୪- ତା ପରେ ସ୍ଥଳ ଭାଗ ଛୁଇଁବାର ସମୟ କୁହାଯାଇ ପାରିବ।

୫- ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ କୋଷ୍ଟରେ ଲ୍ୟାଣ୍ଡ ଫଲ କରିବ ବୋଲି IMD ପକ୍ଷରୁ କୁହାଯାଇଛି।

୬- ୧୨ ଟି ଜିଲ୍ଲାକୁ ଆଲର୍ଟ ଜାରି।

୭- ୪ ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ।

୮- ଏନ୍‌ଡିଆର୍‌ଏଫ୍‌ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି।

୯- ଆବଶ୍ୟକ ପଡ଼ିଲେ ତଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

୧୦-୧୯ ଓ ୨୦ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଲୋକଙ୍କ ଯିବା ଆସିବା ଉପରେ ପ୍ରତି ବନ୍ଧକ ରହିବ।

୧୧- ୧୮ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ।

୧୨- ୧୯ ଓ ୨୦ ରେ ବର୍ଷାର ପରିମାଣ ବଢିବ।

୧୩- ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ ରୁ ୮୫ କିମି ରହିବ ବୋଲି ଅନୁମାନ କରାଯାଉଛି।

୧୫- ପାଖାପାଖି ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି।

୧୬- ଆବଶ୍ୟକତା ଦେଖି ପକ୍କା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିହ

୧୭- ସେଥିପାଇଁ ପୁରା ପ୍ରସ୍ତୁତି ଜାର ରହିଛି।

୧୮ - କୌଣସି ମାଛଧରା ବୋଟ୍, ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି, ସମସ୍ତେ ଫେରି ଆସିଛନ୍ତି।

୧୯- ରାଜ୍ୟବାସୀ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ ଏବଂ ସତର୍କ ରୁହନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.