ଅନୁଗୁଳ ସାତକୋଶିଆ ସୁନ୍ଦରୀ ପାଇଁ ଲଙ୍କାକାଣ୍ଡ ଘଟଣାରେ ୧୯ ଜଣ ଗିରଫ

Published By : Prameya-News7 Bureau | October 24, 2018 IST

ଅନଗୁଳ ୨୪/୧୦: ଅନୁଗୁଳ ସାତକୋଶିଆ ସୁନ୍ଦରୀ ପାଇଁ ଲଙ୍କାକାଣ୍ଡ ଘଟଣାରେ ୧୯ ଜଣକୁ ଗିରଫ କରିଛି ଅନଗୁଳ ପୋଲିସ। ସେମାନଙ୍କୁ ଅନୁଗୁଳ ଡାକ୍ତରଖାନାରେ ଡ଼ାକ୍ତରୀ ମାଇନା କରି କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଛି। ଗତ ୨୧ ତାରିଖ ୫୫ ନମ୍ୱର ଜାତୀୟ ରାଜପଥରେ ଥିବା ମୁଣ୍ଡାସାହି ନିକଟରେ ରାସ୍ତା ଉପରେ ତ୍ରିନାଥ ସାହୁର ଶବ ରଖି ରାସ୍ତା ଅବରୋଧ କରିଥିଲେ। ସେଠି ସେଦିନ ପୋଲିସ ଉପରକୁ ଟେକା ପଥର ମାଡ଼ ମଧ୍ୟ କରିବା ସହ ୩ ଟି ପୋଲିସ ଗାଡି ପୋଡି ଦେଇଥିଲେ। ଏଥିରେ ପୋଲିସର ୧୦ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ସେହି ଘଟଣାରେ ଆଜି ଜରପଡା ପୋଲିସ ୧୯ ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି। ସୂଚନାଯୋଗ୍ୟ ଯେ, ଆଗକୁ ଆହୁରି କିଛି ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଫରୱାର୍ଡ କରିବ ବୋଲି ସୂଚନା ମିଳୁଛି । ଟାଇସି କୋଠ ଘର ଭିତରେ ୪ଜଣ ବନ କର୍ମଚାରୀ ଅଟକ ରହିବା ପରେ ନିଖୋଜ ଘଟଣାର ମଧ୍ୟ ପର୍ଦ୍ଦାଫାସ କରିଛନ୍ତି ଅନୁଗୁଳ ଏସପି । ନିଖୋଜ ୪ଜଣ ବନ କର୍ମଚାରୀ ନିଜ ନିଜ ଘରେ ପହଞ୍ଚି ସାରିଛନ୍ତି ବୋଲି ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.