ମେକ୍ସିକୋରେ ପୁଣି ଗ୍ୟାଙ୍ଗଓ୍ବାର୍ : ୧୯ ମୋଷ୍ଟ ଓ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ

Published By : Prameya-News7 Bureau | April 05, 2020 IST

ସିୟୁଦାଦ ଜୁଆରେଜ ୫/୪: ମେକ୍ସିକୋର ଉତ୍ତର ରାଜ୍ୟ ଚିହୁଆହୁଆ ସ୍ଥିତ ମଡେରାରେ ଶୁକ୍ରବାର ସନ୍ଧ୍ୟାରେ ଗ୍ୟାଙ୍ଗଓ୍ବାର୍ ହୋଇଛି। ଏଥିରେ ୧୯ଜଣ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ ହୋଇଛି। ଅଧିକାରୀମାନେ ଏହାର ସୂଚନା ଶନିବାର ଦେଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ,ମଡେରା ସମୁଦାୟରେ ଏବର୍ଷ ଏବେ ସୁଦ୍ଧା ୫ଥର ଯୁଦ୍ଧ ହୋଇଛି।

ଷ୍ଟେଟ୍ ଆଟର୍ଣ୍ଣି ଜେନେରାଲ୍ ପବ୍ଲିକ୍ ସେଫ୍ଟି ଅଫିସ୍ ଏବଂ ମେକ୍ସିକାନ୍ ସେନା ସହ ମିଶି ସଶସ୍ତ୍ର ସମୂହର ଯାଞ୍ଚ କରିବା ପାଇଁ ଏକ ଅପରେସନ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.