Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବନ୍ଧୁକଧାରୀଙ୍କ ଗୁଳିଚାଳନାରେ ୧୯ ମୃତ

8/12/2019 at 8:04 AM

ବାଗଦାଦ ୦୮।୧୨: ଇରାକର ବାଗଦାଦ ନିକଟରେ ବନ୍ଧୁକଧାରୀଙ୍କ ଗୁଳିଚାଳନା । ଅଜ୍ଞାତ ବନ୍ଧୁକଧାରୀର ଗୁଳି ଚାଳନାରେ  ୧୯ଜଣ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

 ସୂଚନାଯୋଗ୍ୟ ଯେ, ଇରାକ ରାଜଧାନୀ ବାଗଦାଦ ନିକଟରେ କିଛି ଅଜଣା ବନ୍ଧୁକଧାରୀ ଗୁଳିଚାଳନା କରିଛନ୍ତି । ଗୁଳିଚାଳନାରେ  ତିନିଜଣ ପୋଲିସ ଅଧିକାରୀଙ୍କ ସମେତ ୧୯ଜଣଙ୍କ ମୃତ୍ୟୁ ଘଟିଛି । ୭୦ରୁ ଅଧିକ ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଗତ କିଛି ଦିନ ହେବ ଦକ୍ଷିଣ ଇରାକରେ ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି ।

   Related Posts