Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କଟକ ସହରରୁ ଆଉ ୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ, ନାହାଁନ୍ତି କେହି ସ୍ଥାନୀୟ ସଂକ୍ରମିତ

16/07/2020 at 4:31 PM

କଟକ, ୧୬|୦୭:    ଗୁରୁବାର କଟକ ସହରରୁ ଆଉ ୧୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ରହିଥିଲେ । ଏହାକୁ ମିଶାଇ ସହରରେ ମୋଟ୍ ୩୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୭ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣ ପ୍ରାଣ ହରାଇଥିବା ବେଳେ ୧୫୦ ଜଣ ସକ୍ରିୟ କେସ୍ ରହିଛି ।

ଏହି ୧୯ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୫ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ଜଣେ ପେଡ୍ କ୍ୱାରେଣ୍ଟାଇନରେ ରହିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଯେ, ନୂଆ ଚିହ୍ନଟଙ୍କ ମଧ୍ୟରୁ କେହିହେଲେ ସ୍ଥାନୀୟ ସଂକ୍ରମିତ ନାହାଁନ୍ତି ।

ସୂଚନାଯୋଗ୍ୟ, ଗୁରୁବାର କଟକ ଜିଲ୍ଲାରୁ ମୋଟ୍ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

   Related Posts