ଅହମଦାବାଦ ୦୭/୧୨ : ଗୁଜରାଟର ଗିର ସୋମନାଥ ଜିଲ୍ଲାରେ ଭୟଙ୍କର ଭୂମିକମ୍ପ ଅନୂଭୁତ ହୋଇଛି । ମାତ୍ର କେଇଘଣ୍ଟା ମଧ୍ୟରେ ପ୍ରାୟ ୧୯ ଥର ଭୂମିକମ୍ପ ଅନୂଭୁତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୧.୭ ରୁ ୩.୩ ଥିଲା । ତେବେ ମୃତାହତ ନେଇ କୌଣସି ସୂଚନା ଏ ଯାଏଁ ହସ୍ତଗତ ହୋଇନାହିଁ ।
ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସଆର) ର ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାକୁ “ମୌସୁମୀ ଦ୍ବାରା ସୃଷ୍ଟି ହୋଇଥିବା ଭୂକମ୍ପ” ବୋଲି କହିଛନ୍ତି ଯାହା ସାଧାରଣତ ଗୁଜରାଟ ମୌରାଷ୍ଟ୍ରର କିଛି ଅଞ୍ଚଳରେ ଦୁଇ ତିନି ମାସର ପ୍ରବଳ ବର୍ଷା ପରେ ଅନୁଭୂତ ହୋଇଥିଲା । ତେବେ ଏ ନେଇ ଭୟଭୀତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ରାତି ୧.୪୨ ପରଠାରୁ ପ୍ରାୟ ୧୯ଟି ଭୂମିକମ୍ପ ଅନୂଭୁତ ହୋଇଥିଲା ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୧.୭ ରୁ ୩.୩ ଥିଲା । ତେବେ ଅଧିକାଂଶ ଥର ତୀବ୍ରତା ରିକ୍ଟର ସ୍କେଲରେ ୩ ତଳକୁ ଥିବାବେଳେ ୬ଟି ଭୂମିକମ୍ପ ୩ ଉପରକୁ ଥିଲା । ଶେଷ ଭୂମିକମ୍ପ ସକାଳ ୯.୨୬ ମିନିଟରେ ଅନୂଭୁତ ହୋଇଥିଲା ଯାହାର ତୀବ୍ରତା ଥିଲା ୩.୨ । କିଛି ଦିନ ପୂର୍ବରୁ ଗୁଜରାଟର ପୋର ବନ୍ଦରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ।