Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅନ୍ତିମ ସଂସ୍କାର ପରେ ଖେଳିଗଲା ଆତଙ୍କ : ମହିଳାଙ୍କୁ ମୁଖାଗ୍ନି ପରେ ୧୯ଆତ୍ମୀୟ କ୍ବାରେଣ୍ଟାଇନରେ

14/06/2020 at 11:50 AM

ହାଇଦ୍ରାବାଦ ୧୪/୬: ତେଲେଙ୍ଗାନାର ସାଙ୍ଗାରେଡ୍ଡିରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଥିବା ୨୫ଜଣଙ୍କ ମଧ୍ୟରୁ ୧୯ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ଏମାନେ ଜୁନ୍ ୧୦ତାରିଖରେ ସାଙ୍ଗାରେଡ୍ଡିର ଜହୀରାବାଦରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

କରୋନା ଲକ୍ଷଣ ଦେଖାଯିବା ପରେ ଏହି ଲୋକଙ୍କ ଶନିବାର ଟେଷ୍ଟ୍ କରାଯାଇଥିଲା। ଏହି ଟେଷ୍ଟରେ ୧୯ଜଣ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଏହି ସଂକ୍ରମିତମାନଙ୍କୁ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏହି ମହିଳା ଜଣକ ଜହୀରାବାଦର ଶାନ୍ତି ନଗର କଲୋନୀରେ ରହୁଥିଲେ। ଚିକିତ୍ସିତ ହେଉଥିବାବେଳେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ମହିଳାଙ୍କ କରୋନା ଟେଷ୍ଟ୍ କରାଯିବାରୁ ସେ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲା।

୫୫ବର୍ଷ ବୟସ୍କା ଏହି ମହିଳାଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଜୁନ୍ ୯ତାରିଖରେ ତାଙ୍କର ସାମ୍ପଲ୍ ନିଆଯାଇଥିଲା। ଏହାର ତୁରନ୍ତ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ହସ୍ପିଟାଲ୍ ପ୍ରଶାସନ ଦାୟିତ୍ବହୀନ ହୋଇ କରୋନା ଟେଷ୍ଟର ରେଜଲ୍ଟକୁ ଅପେକ୍ଷା ନକରି ମହିଳାଙ୍କ ଶବକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ। ମହିଳାଙ୍କ ପରିବାର ଲୋକେ ପାରମ୍ପରିକ ରୀତିର ପାଳନ କରି ତାଙ୍କ ଶବର ଅନ୍ତିମ ସଂସ୍କାର କରିଥିଲେ।

ମହିଳାଙ୍କ କରୋନା ରିପୋର୍ଟ ଆସିବା ପରେ ଶାନ୍ତିନଗରର ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରଶାସନ ଶାନ୍ତିନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରି ଦେଇଛି ଏବଂ ୩୫୦ଘରେ ଟେଷ୍ଟିଂ କରାଯାଉଛି। ପ୍ରଶାସନ ଏହି ଘରଗୁଡ଼ିକ ସାନିଟାଇଜ ମଧ୍ୟ କରୁଛି।

   Related Posts