ଯେକୌଣସି ମୂହୁର୍ତ୍ତରେ ଭାଙ୍ଗିବ କମଲନାଥ ସରକାର, ଇସ୍ତଫା ଦେଲେ ସିନ୍ଧିଆ ସମର୍ଥକ ୧୯ କଂଗ୍ରେସ ବିଧାୟକ

Published By : Prameya-News7 Bureau | March 10, 2020 IST

ଭୋପାଳ, ୧୦|୦୩:  ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜନୈତିକ ଗୋଟିଚାଳନା କରିଛନ୍ତି। ସେ ଏବେ କମଲନାଥ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ଅସନ୍ତୁଷ୍ଟ ସିନ୍ଧିଆ ଦିଲ୍ଲୀରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କୁ ଭେଟିବା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାପରେ କଂଗ୍ରେସର ୧୯ ଜଣ ବିଧାୟକ ମଧ୍ୟ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

{"id":235994,"width":753,"height":422,"sizeSlug":"large"}

ଇସ୍ତଫା ଦେଇଥିବା ଏହି ବିଧାୟକଙ୍କ ମଧ୍ୟରେ ୫ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ବିଧାନସଭାର ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହି ସମସ୍ତ ବିଧାୟକ କର୍ଣ୍ଣାଟକ ଯାଇଥିଲେ। ସେମାନେ ଏକ ଫଟୋ ମଧ୍ୟ ଜାରି କରିଛନ୍ତି। ଏହାପରେ ରାଜ୍ୟରୁ କମଲନାଥ ସରକାର ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

{"id":235995,"width":752,"height":423,"sizeSlug":"large"}

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ କହିଛନ୍ତି ଯେ, ସେ ସିନ୍ଧିଆଙ୍କର ସମ୍ମାନ କରନ୍ତି। ସେ ଜଣେ ରାଜାଙ୍କ ପୁତ୍ର। ହାଭାର୍ଡରୁ ପାଠ ପଢିଛନ୍ତି। କିନ୍ତୁ ଲୋଭ ଲୋକଙ୍କୁ କେଉଁଠାକୁ ବି ନେଇପାରେ। କଂଗ୍ରେସରେ ସେ ରାଜଦରବାରରେ ଥିଲେ କିନ୍ତୁ ବିଜେପିରେ ସେ ପ୍ରଜା ଭଳି ରହିବେ।

ସେହିପରି ବେଣୁଗୋପାଳ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସିନ୍ଧିଆଙ୍କୁ ତତ୍କାଳ ବହିଷ୍କାର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.